କରୋନା ସହ ଲଢ଼େଇ ଭିତରେ ବଢ଼ିଲା ନିଫା ଭାଇରସ୍ ଆତଙ୍କ

158

କନକ ବ୍ୟୁରୋ : କେରଳରେ କରୋନା ଆତଙ୍କ ଜାରି ରହିଥିବାବେଳେ ଏବେ ନିଫା ଭାଇରସ୍ ଭୟ ବଢ଼ାଇଛି । କେରଳର କୋଝିକୋଡରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ୧୨ ବର୍ଷର ବାଳକର ଆଜି ସକାଳୁ ମୃତ୍ୟୁ ହୋଇଯାଇଛି । ବାଳକଟି ନିଫା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
ତେବେ ନିଫା ଭାଇରସ୍ ଆକ୍ରାନ୍ତ ସନ୍ଦେହ ହେବା ପରେ କେରଳ ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆଜି ମଧ୍ୟ ଆଉ ଏକ ବୈଠକ ବସିବାର ଅଛି । ନମୁନାକୁ ମଧ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠା ଯାଇଛି । ଏକ କେନ୍ଦ୍ରୀୟ ଟିମ୍ ମଧ୍ୟ ଅନୁଧ୍ୟାନ କରିବାକୁ ଆସୁଛନ୍ତି । ୨୦୧୮ରେ ଏହି ଅଂଚଳରେ ପ୍ରଥମ ନିଫା ଭାଇରସ୍ ଚିହ୍ନଟ ହୋଇଥିଲା । ସେ ସମୟରେ ନିଫା ଭାଇରସରେ ୧୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ବଢୁଥିବା ବେଳେ କେରଳରେ ନିଫା ଭାଇରସ୍ ଆତଙ୍କ ଚିନ୍ତାକୁ ଦୁଇଗୁଣା କରିଦେଇଛି । ଯଦି କରୋନା କାଳରେ ନିଫା ଭାଇରସ ସଂକ୍ରମଣ ବଢେ ତାହେଲେ ଆଗକୁ ସ୍ଥିତି ସଂଗୀନ ହୋଇପାରେ । ତେଣୁ ବେଳ ଥାଉ ଥାଉ ସରକାର ଏ ଦିଗ ଉପରେ ନିହାତି ଗୁରୁତ୍ୱ ଦେବା ଆବଶ୍ୟକ ରହିଛି