ଘାତକ ହେଉଛି ଅନଲାଇନ୍ ଗେମ୍, ଖେଳ ଖେଳରେ ଚାଲିଯାଉଛି ଜୀବନ ! ପୁଣି କାଳ ସାଜିଲା ପବଜୀ ଖେଳ, ମାଆ କୋଳରୁ ଛଡାଇ ନେଲା ୧୨ ବର୍ଷର ପୁଅକୁ । ଅଧିକ ସମୟ ଧରି ମୋବାଇଲରେ ଖେଳୁଥିବା ବେଳେ ଆସିଲା ହାର୍ଟ ଆଟାକ୍

Advertisment
ଘାତକ ହେଉଛି ଅନଲାଇନ୍ ଗେମ୍, ଖେଳ ଖେଳରେ ଚାଲିଯାଉଛି ଜୀବନ ! ପୁଣି କାଳ ସାଜିଲା ପବଜୀ ଖେଳ, ମାଆ କୋଳରୁ ଛଡାଇ ନେଲା ୧୨ ବର୍ଷର ପୁଅକୁ । ଅଧିକ ସମୟ ଧରି ମୋବାଇଲରେ ଖେଳୁଥିବା ବେଳେ ଆସିଲା ହାର୍ଟ ଆଟାକ୍

କନକ ବ୍ୟୁରୋ: ଅନଲାଇନ୍ ଗେମ୍ କବଜାରେ କୋମଳମତି ଶିଶୁ । ଖେଳ ପାଇଁ କିଏ ଜୀବନ ହାରିଲାଣି ତ ପୁଣି କିଏ ବାପାମାଆଙ୍କ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଉଡାଇଦେଲାଣି । ଫଳରେ ଏହି ଅନଲାଇନ ଗେମ୍ କାରଣରୁ ଘଟୁଥିବା ଅପ୍ରିତିକର ଘଟଣା ଏବେ କରୋନା ମହାମାରୀଠୁ ବି ବଳିଗଲାଣି । ଭିଡିଓ ଗେମର ବଶବର୍ତ୍ତୀ ହୋଇ ଛୋଟ ଛୋଟ ପିଲାଙ୍କ ସମୟ ଏବେ ପାଠପଢା ପରିବର୍ତ୍ତେ ଫୋନରେ ବିତୁଛି । ଯାହାକି ବର୍ତ୍ତମାନ ପରିସ୍ଥିତିରେ ବାପାମାଆଙ୍କ ପାଇଁ ଚିନ୍ତାର ଆବାହକ ପାଲଟିଯାଇଛି । ଯଦିଓ କିଛି ପିଲାଙ୍କ କ୍ଷେତ୍ରରେ ଅଭିଭାବକଙ୍କ ତରଫରୁ ଟିକେ କଡା ଆଭିମୁଖ୍ୟ ପୋଷଣ କରାଯାଉଛି ତଥାପି କିନ୍ତୁ ଅନଲାଇନ୍ ଗେମର କ୍ରେଜ୍ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।

ପୁଣି ମୃତ୍ୟୁଦୂତ ସାଜିଲା ପବଜୀ

ମାଆ କୋଳରୁ ଛଡାଇ ନେଲା ପୁଅକୁ

ଗୋଟିଏ ପଟେ ଅନଲାଇନ ଗେମର ପାଗଲାମି ପିଲାଙ୍କଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବେଳେ ଏହି ଅନଲାଇନ ଗେମକୁ ନେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । କିଛି ଦିନ ତଳେ ଆପଣ ଦେଖିଥିବେ କି ଫ୍ରୀ ଫାୟାର ନାମକ ଅନଲାଇନ ଗେମର ବଶବର୍ତ୍ତୀ ହୋଇ ଓଡିଶାର ଜଣେ ୧୨ ବର୍ଷର ନାବାଳକ ବାପାମାଆଙ୍କ ବ୍ୟାଙ୍କ ଖାତାରୁ ୯୬ ହଜାର ଟଙ୍କା ଖର୍ଚ୍ଚ କରିଦେବା କାରଣରୁ ଘର ଲୋକେ ତାକୁ ତାଗିଦ୍ କରିଥିଲେ । ହେଲେ ପିଲାଟି ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଆତ୍ମହତ୍ୟା ଭଳି ଚରମ ରାସ୍ତାକୁ ଆପଣେଇ ନେଇଥିଲା । ତେବେ ଘଟଣାଟି ଘଟିବାର ସପ୍ତାହେ ଯାଇନି କି ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ ।

ଦୀର୍ଘ ସମୟ ଖେଳୁଥିବାରୁ ଆସିଲା ହାର୍ଟ ଆଟାକ୍

ନିମିଷକରେ ଉଡିଗଲା ନାବାଳକର ପ୍ରାଣବାୟୁ

ତେବେ ଏହି ହୃଦୟବିଦାରକ ଘଟଣାଟି ଇଜିପ୍ଟରେ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜଣେ ୧୨ ବର୍ଷର ନାବାଳକ ଦୀର୍ଘ ସମୟ ଧରି ମୋବାଇଲରେ ବସି ପବଜୀ ଖେଳୁଥିଲା । ଏହି ସମୟରେ ପିଲାଟି ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହି ତଳେ ପଡିଯାଇଥିଲା ଆଉ ବାପାମାଆ କିଛି ଚିନ୍ତା କରିବା ପୂର୍ବରୁ ଆଖି ସାମ୍ନାରେ ସେ ଅଚେତ ହୋଇଯାଇଥିଲା । ଫଳରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ କିଛି ଲାଭ ହୋଇନଥିଲା । କାହିଁକି ନା ପିଲାଟି ଡାକ୍ତରଖାନାରେ ପହଂଚିବା ପୂର୍ବରୁ ହିଁ ବାଟରେ ତାର ପ୍ରାଣବାୟୁ ଚାଲିଯାଇଥିଲା । ତେବେ ଅଧିକ ସମୟ ଧରି ବିନା କୌଣସି ବ୍ରେକରେ ଅନଲାଇନ ଗେମ ଖେଳିବାରୁ ନାବାଳକଟିକୁ ହାର୍ଟ ଆଟାକ୍ ଆସିଥିଲା । ଯେଉଁ କାରଣରୁ ତାର ମୃତ୍ୟୁ ହୋଇଥିବା କଥା ଡାକ୍ତର କହିଛନ୍ତି ।

ତେଣୁ କନକ ନ୍ୟୁଜ୍ ପକ୍ଷରୁ ନିବେଦନ, ଛୋଟ ପିଲାଙ୍କୁ ଅଧିକ ସମୟ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରନ୍ତୁ । ପିଲାମାନେ ଯେଭଳି କୌଣସି ଅନଲାଇନ ଗେମ୍ ପ୍ରତି ଆକର୍ଷିତ ନହୁଅନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ପ୍ରତ୍ୟେକ ବାପାମାଆଙ୍କ ପ୍ରଥମ କର୍ତ୍ତବ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe