ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । 

Advertisment
ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । 

କନକ ବ୍ୟୁରୋ : ମହାରାଷ୍ଟ୍ରର ୟଭତମାଲ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ ସାନିଟାଇଜର ଦିଆଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର୍‌ ପିଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ।

ରବିବାର ଦିନ ପଲ୍‌ସ ପୋଲିଓ ଦିଆଯାଉଥିବା ବେଳେ ୟଭତମାଲ୍ ଜିଲ୍ଲାର ଘଟନଜୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ରବିବାର ସକାଳୁ ପଞ୍ଚାୟତର ପିଲାମାନଙ୍କୁ ପୋଲିଓ ଦିଆଯାଉଥିବା ବେଳେ ସେଠାରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦିଆଯାଇଥିଲା।ସେହି ଶିଶୁମାନେ ରାତିରେ ବାନ୍ତି କରିବା ସହ ଅସହଜ ମନେ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।

ଏନେଇ ଶିଶୁଙ୍କର ପରିବାର ଲୋକ କହିଛନ୍ତି, ‘ପୋଲିଓ ଦିଆଯାଉଥିବା କେନ୍ଦ୍ରରେ ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। ସେମାନେ ଯେତେବେଳେ ଜାଣିପାରିଲେ ଯେ ସେମାନେ ପୋଲିଓ ବଦଳରେ ଆମ ପିଲାଙ୍କୁ ଭୁଲରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦେଇ ଦେଇଛନ୍ତି ପୁଣି ଆମମାନଙ୍କୁ ଡକାଇ ପଠାଇଥିଲେ।’ ଏପରି ଏକ ଦାୟିତ୍ୱହୀନତା ପାଇଁ ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମଚାରୀ ଦାୟୀ ବୋଲି କହି ସେମାନଙ୍କୁ ତୁରନ୍ତ ନିଲମ୍ବିତ ପାଇଁ ଦାବି ହୋଇଛି। ଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe