କନକ ବ୍ୟୁରୋ : ପଞ୍ଚାୟତରେ ଚାଲିଛି ୧୨ରୁ ୧୬ ପ୍ରତିଶତ ପିସି କାରବାର । ଲାଞ୍ଚ ପାଇଁ ଆଗେଇ ପାରୁନି ବିକାଶ କାମ । ବିଡ଼ିଓ, ଜେଇ, ପିଇଓଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଲେ ସୋର ତଳନଗର ସରପଞ୍ଚ ଓ ସ୍ୱାମୀ । ପଞ୍ଚାୟତ ପାଇଁ ଆସୁଥିବା କୋଟି କୋଟି ଟଙ୍କା ପଡ଼ିରହିଛି । ପିସି ନଦେଲେ କାମ ହେଉନଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

Advertisment

ବିଭିନ୍ନ କାମ ପାଇଁ ଆସୁଥିବା ଟଙ୍କାରୁ ଚାନ୍ଦା ନେଇ ନିମ୍ନମାନର କାମ କରାଯାଉଛି । ନିମ୍ନମାନର କାମ ଯୋଗୁଁ ରାସ୍ତା କାମକୁ ୬ମାସ ଯାଉନି ରାସ୍ତା ଫାଟିକି ଆଁ କରୁଛି । ଯାହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଧାରଣାରେ ବସିଥିଲେ । ଆଲୋଚନା ପରେ ଧାରଣା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।