କରୋନା ବିରୋଧୀ ଟିକାକରଣରେ ଆଉପାଦେ ଆଗେଇଲା ଆମେରିକା । ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା

185

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଗତକାଲି ଆମେରିକା ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ଫାଇଜର- ବାୟୋଏନଟେକ କୋଭଡି-୧୯ ଟିକାକୁ ଅନୁମତି ଦେଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିଷ୍ଟେଟର ଏହାପୂର୍ବରୁ ୧୬ ବର୍ଷ ଉପରକୁ ଲୋକଙ୍କୁ ଟିକା ଦେବାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏବେ ଏହି ଟିକାର ଖୋରାକ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ବୋଲି କହିଛି । ଆମେରିକା ରାଷ୍ଟ୍ରପତି ଏହାକୁ କରୋନା ବିରୋଧ ଲଢେଇରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପଟେ ଭାରତରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ(ବି-୧୬୧୭) କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ।

ଏହି ବିପଦପୂର୍ଣ୍ଣ ଭୂତାଣୁ ସଂକ୍ରମଣ ଏବେ ଭାରତ ସମେତ ଅନ୍ୟ କିଛି ଦେଶରେ ଦେଖିବାକୁ ମିଳିଛି । କହିରଖୁ କି କରୋନା ଭୂତାଣୁ ସଂକ୍ରମଣରେ ଏବେ ସାରା ବିଶ୍ୱରେ ୩.୩ ମିଲିୟନ ଲୋକଙ୍କର ଜୀବନ ଗଲାଣି । ଏହି ଭୂତାଣୁ କେବଳ ଲୋକଙ୍କର ଜୀବନ ନେଉ ନାହିଁ । ଭୂତାଣୁ ସଂକ୍ରମଣ ଫଳରେ ଅନେକ ଦେଶର ଅର୍ଥନୀତି ପୁରା ଧୂଳିସାତ ହେବାକୁ ବସିଛି । ହେଲେ କିଛି ଦେଶ ଏବେ ଟିକାକରଣ ଅଭିଯାନକୁ ଦ୍ରୁତ କରିବା ଫଳରେ ସେଠାରେ କିଛିମାତ୍ରାରେ କମ୍ ସଂକ୍ରମଣ ଦେଖିବାକୁ ମିଳିଛି ।

ଅନ୍ୟପଟେ ୟୁରୋପିଆନ ମେଡିସିନ ଏଜେନ୍ସି ବି ପ୍ରମୁଖ ବାୟୁଟେକ୍/ ଫାଇଜର ଟିକାକୁ ୟୁରୋପିୟ ସଂଘର ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦେବା ପାଇଁ ଖୁବଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଚିନ୍ତା କରୁଛି । ଏହାସହ ଆୟାରଲାଣ୍ଡ ସୋମବାର ଦିନ ଘରୋଇ ବିମାନଯାତ୍ରା ଉପରୁ ପ୍ରତିବନ୍ଧକ ହଟାଇ ଦେଇଛି । ଏହାସହ ବଜାର ଖୋଲିବାକୁ ଅନୁମତି ଦେଇ ସାରିଛି । ଏହାସହ ଗ୍ରୀସ ମେ ୧୪ ତାରିଖ ଠାରୁ ପର୍ଯ୍ୟଟନ ସିଜିନ୍ ଆରମ୍ଭ କରିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଗ୍ରୀସର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ଯାଇଛି ।