ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨ ହଜାରରୁ ଅଧିକ ରୋଗୀ । ୨୪ ଘଂଟାରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ ।

171

କନକ ବ୍ୟୁରୋ: କରୋନାକୁ ନେଇ ଭଲ ଖବର ଆସିଛି । ଆଜି ୧୨ ହଜାର ୭୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୨ କରୋନା ଆକ୍ରାନ୍ତ ଭଲ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୬୧୧ ଜଣ ଭଲ ହୋଇଛନ୍ତି । ସେହିପରି କଟକରୁ ୯୧୬ ଜଣ, ଅନୁଗୁଳରୁ ୫୮୦ ଓ ସମ୍ବଲପୁରରୁ ୫୪୩ ରୋଗୀ ସୁସ୍ଥ ହୋଇଛନ୍ତି ।

ବରଗଡ଼, ପୁରୀ, ବାଲେଶ୍ୱର, ବଲାଙ୍ଗୀର, ନବରଙ୍ଗପୁରରୁ ୪ ଶହରୁ ଅଧିକ ରୋଗି ଭଲ ହୋଇଥିବା ଖବର ମିଳିଛି । ସେପଟେ ଗତ ୨୪ ଘଂଟାରେ ୧୧ ହଜାର ୭୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।