କନକ ବ୍ୟୁରୋ: କ୍ୱାରେଣ୍ଟାଇନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଅମାନିଆଙ୍କୁ ସାବାଡ କରିବାକୁ ସରକାର ଦେଲେ ଚେତାବନୀ । ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କୁ ଅନ୍ୟ ଜିଲ୍ଲାର କ୍ୱାରେଣ୍ଟାଇନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ସଙ୍ଗରୋଧ କେନ୍ଦ୍ରରେ ଦିଆଯାଉଥିବା ସବୁ ସରକାରୀ ସୁବିଧା ବନ୍ଦ କରାଯିବ । ତେବେ ଦରକାର ପଡିଲେ ସରକାର ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ବି ନେଇପାରନ୍ତି ବୋଲ ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି ।
ତେବେ କରୋନା ମୁକାବିଲା ପାଇଁ ଓଡିଶା ଦେଶର ପ୍ରଥମ ରାଜ୍ୟ ଯିଏ ସବୁ ପ୍ରକାର ପଦକ୍ଷେପ ଆଗୁଆ ନେଇଛି ବୋଲି ସଚିବ ଶ୍ରୀ ସିଂହ କହିଛନ୍ତି । ତେବେ ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ୧୨ ହଜାର ଅସ୍ଥାୟୀ ମେଡିକାଲ ଶିବିର ପ୍ରସ୍ତୁତ ହୋଇଛି । ୫ ଲକ୍ଷ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ବେଡ୍, ବେଡସିଟରୁ ଆରମ୍ଭ କରି ଟୁଥ୍ ପେଷ୍ଟ ଯାଏଁ ସୁବିଧା ଦିଆଯାଉଛି । ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ହୋଟେଲ ଭଳି ସୁବିଧା ଦିଆଯାଉଛି ବୋଲି ସଚିବ କହିଛନ୍ତି ।
ଯେଉଁ ବ୍ୟକ୍ତିମାନେ ଗ୍ରାମାଞ୍ଚଳକୁ ଆସିବେ, ସେମାନଙ୍କର ଟେଷ୍ଟିଂ କରାଯିବ । ସେଠାରେ ପଂଚାୟତର ରେଜିଷ୍ଟରରେ ସେମାନଙ୍କର ନାମ ଆଉ ଥରେ ପଞ୍ଜୀକରଣ କରାଯିବ । ଜଣେ ବ୍ୟକ୍ତି ନିଜର ବ୍ୟବହାର ଲାଗି ଜିନିଷ (ବ୍ରଶ, ଟୁଥପେଷ୍ଟ, ସାବୁନ, ତେଲ)କୁ କେବଳ ବ୍ୟବହାର କରିବେ । ପରିବେଶ ସଫାସୁତୁରା କରାଯାଉଛି । ଶୌଚାଳୟ, ପାଣି ଟାଙ୍କିକୁ ବିଭିନ୍ନ ସମୟରେ ପରିଷ୍କାର ରଖାଯାଉଛି । ସାମାଜିକ ଦୂରତା ପାଇଁ ଆମେ ୨ ମିଟର ବ୍ୟବଧାନରେ ଶଯ୍ୟାଗୁଡ଼ିକ ପଡ଼ିଛି । ଟିଏମସି (ଅସ୍ଥାୟୀ ମେଡିକାଲ ଶିବିର) ସୁଚାରୁ ରୂପେ ପରିଚାଳିତ ହେଉଛି । ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରବାସୀମାନେ ୧୪ ଦିନ ରହିବା ପରେ ନିଜ ଘରକୁ ଯିବେ ବୋଲି ଶ୍ରୀ ସିଂହ କହିଛନ୍ତି ।