ତୁର୍କୀରେ ୩ ମାସ ଧରି ଜଳ ଜାହାଜ ଭିତରେ ଫଶି ରହିଛନ୍ତି ୧୨ ଭାରତୀୟ । ଉଦ୍ଧାର ପାଇଁ ଆକୁଳ ନିବେଦନ । କିହଲେ ଆମକୁ ଉଦ୍ଧାର କର ନହେଲେ …

173

କନକ ବ୍ୟୁରୋ : ଭାରତର ୧୨ ଜଣ ନାବିକ ଜଣେ ଏଜେଣ୍ଟ କଥାରେ ଫଶି ୩ମାସ ଧରି ତୁର୍କୀରେ ଫଶି ରହିଛନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତୁର୍କୀର ଇସ୍ତାନବୁଲ ନିକଟରେ ଅମ୍ବରଲୀ ବନ୍ଦରରେ ଏମନୀ ଫାତମା ଇଲୁଲ ନାମକୁ ଏକ ଜାହାଜ ଫଶି ରହିିଛି । ଏଥିରେ ୧୨ ଜଣ ଭାରତୀୟ ନଗରିବ ସାଢେ ୩ ମାସ ହେବ ରହିଛନ୍ତି ।

ସୂଚନା ମୁତାବକ ଏହି ୧୨ ଜଣ ଭାରତୀୟ ନାବିକଙ୍କ ଜଣେ ଏଜେଣ୍ଟ ଠକି ଦେଇଛନ୍ତି । ଜାହାଜର କ୍ୟାପଟେନ କ୍ଲିଟସ୍ ଜେସୁଡାସନ ଅନୁରୋଧ କରିଛନ୍ତି କି, ଆମକୁ ଏଠାରୁ ଉଦ୍ଧାର କର ନଚେତ ହତ୍ୟା କରିଦିଅ । ଆମେ ଅସହାୟ ହୋଇପଡିଛୁ, ଆମ ପରିବାର ନିକଟରେ ଖାଦ୍ୟ ପାଇଁ ମଧ୍ୟ ଟଙ୍କା ନାହିଁ । ଏପଟେ ଆମକୁ ଜାହାଜରୁ ବାହାରକୁ ବାହାରିବ ଉପରେ କଟକଣା ଲଗାଯାଇଛି । ଏହାସହ ଜାହାଜର କ୍ରୁ ମେମ୍ବରମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ।

ନାବିକମାନଙ୍କ କହିବା କଥା ମୁମ୍ବାଇ ଓ ବେଲାପୁରର ଆରପିଏସଏଲ କମ୍ପାନୀ, ଏନଏଏମଏକ ମ୍ୟାନେଜମେଣ୍ଟ କମ୍ପାନୀ ଓ ଆରଏଏଓ ମ୍ୟାନେଜମେଣ୍ଟ କମ୍ପାନୀ ସେମାନଙ୍କୁ କାମରେ ରଖିଥିଲେ । ଯେତେବେଳେ ଏମାନେ କାମରେ ଯୋଗ ଦେଇଥିଲେ, ସେତେବେଳେ ସେମାନଙ୍କୁ ଜଣାଯାଇ ନଥିଲା କି, ଏହି ଜାହାଜ ତୁର୍କୀ ସରକାରଙ୍କ ବନ୍ଧକରେ ରହିଛି । ଏହି ଜାହାଜର ମାଲିକ ପୂର୍ବ କ୍ରୁ ମେମ୍ବରମାନଙ୍କୁ ଦରମା ଦେଇ ନଥିବାରୁ ତୁର୍କୀ ସରକାର ଏହି ଜାହାଜକୁ ବନ୍ଧକ ରଖିଛନ୍ତି ।

ଅନ୍ୟଜଣେ ନାବିକ କହିଛନ୍ତି କି, ଏହି ଜାହାଜ ଦୀର୍ଘଦିନ ହେବ ଚାଲିନାହିଁ । ଜାହାଜର ପରିସ୍ଥିତି ଜଟିଳ ହୋଇଛି । ଜୁନ ୧୬ ତାରିଖରେ ଏହାର ସୁରକ୍ଷା ଓ ବୀମା ସମାପ୍ତ ହୋଇଯିବ । ଆମର ସ୍ଥିତି ମଧ୍ୟ ବହୁତ ଖରାପ ରହିଛି , ଠିକ୍ ସମୟରେ ଖାଇବାକୁ ମଧ୍ୟ ମିଳୁନାହିଁ ।

ସେପଟେ ସିପିଂ ବିଭାଗର ଉପ ନିର୍ଦ୍ଦେଶକ କ୍ୟାପଟେନ ମନୀଷ କୁମାରଙ୍କ କହିବା କଥା ଏଜେଣ୍ଟକୁ ବାରମ୍ବାର ନୋଟିସ କରାଯାଉଛି । ଏନେଇ ଆରପିଏସଏଲର ଜଣେ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଏହାସହ ନାବିକମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କ ସହ ଯୋଗାଯୋଗ ଚାଲିଛି । ଏହାସହ ତୁର୍କୀରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଉଛି ।