କରୋନାକୁ ନେଇ ୧୨ ଭ୍ରାନ୍ତ ଧାରଣା । ଆପଣଙ୍କ ମନରେ ଅଛି କି ଏମିତି ଭ୍ରାନ୍ତ ଧାରଣା, ଥରେ ନଜର ପକାଇ ନିଅନ୍ତୁ ଓ ସଚେତନ ହୁଅନ୍ତୁ ।

463

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଥିବା ବେଳେ ସୋସିଆଲ ମିଡିଆରେ ଅନେକ ଗୁଜବ ଭାଇରାଲ ହେଉଛି । ଖାସକରି କେଉଁ କେଉଁ ପଦକ୍ଷେପ ନେଲେ କରୋନାକୁ ମାତ୍ ଦେଇ ହେବ ସେନେଇ ଲୋକଙ୍କ ମନରେ ଅନେକ ଗୁଡିଏ ଭ୍ରାନ୍ତ ଧାରଣା ରହିଛି । ଆଉ ଏହି ଭ୍ରାନ୍ତ ଧାରଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସରକାରଙ୍କ ତରଫରୁ ଦିଆଯାଉଥିବା ନିର୍ଦ୍ଦେଶକୁ ପାଳନ କରିବା ପରିବର୍ତ୍ତେ ଅନେକ ଗୁଡିଏ ଭ୍ରାନ୍ତ ଧାରଣା ଲୋକେ ପାଳନ କରୁଥିବାର ଦେଖିବାକୁ ମିଳୁଛି । ତେବେ ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ କଥା କହିଛନ୍ତି ସୁବ୍ରତ ବାଗଚୀ ।

କରୋନାର ୧୨ ଭ୍ରାନ୍ତ ଧାରଣା
– ମଦ ପିଇଲେ କରୋନା ହେବ ନାହିଁ
– ରସୁଣ ଖାଇଲେ କରୋନା ହେବ ନାହିଁ
– ଛୁଆ ଓ ଯୁବକଙ୍କୁ କରୋନା ହେବ ନାହିଁ
– ଆଣ୍ଟିବାୟୋଟିକ ଔଷଧ ଖାଇଲେ କରୋନା ହେବ ନାହିଁ
– କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ କରୋନା ହେବ ନାହିଁ
– ମଶା କାମୁଡାରୁ ମଧ୍ୟ କରୋନା ସଂକ୍ରମିତ ହୋଇପାରେ
– ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ
– କରୋନା ଥରେ ହେଲେ ଜୀବନ ସାରା ଗୋଡାଇବ
– କରୋନା ଭୂତାଣୁ ଗରମରେ ଆପେ ଆପେ ମରିଯିବ, ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ମରିଯିବ
– ନାକରେ ଲୁଣପାଣି ପୂରାଇଲେ କରୋନା ହେବ ନାହିଁ
– ପ୍ରଶ୍ୱାସ ନେଇ ୧୦ ସେକେଣ୍ଡ ସ୍ଥିର ରଖିପାରିଲେ କରୋନା ହୋଇନାହିଁ
– ପୋଷା କୁକୁର ଓ ବିଲେଇ, ଜୀବଜନ୍ତୁଙ୍କ ଠାରୁ କରୋନା ହୋଇପାରେ