କନକ ବ୍ୟୁରୋ: ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି କେବଳ ୧୬ ଜଣ କରୋନା ସଂକ୍ରମିତ ସୁରତ ଫେରନ୍ତା । ଗଞ୍ଜାମ, ମୟୂରଭଂଜ ଓ ଭଦ୍ରକ ତିହିଡି ଆକ୍ରାନ୍ତ ସୁରତ ଫେରନ୍ତା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଉରକେଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଅବରୋଧ ଅଂଚଳର । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣଙ୍କର ସୁରତ ଲିଙ୍କ ରହିଛି । ଆଜି ରାଜ୍ୟରେ ୧୭ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗଂଜାମରେ ୧୨, ମୟୂରଭଂଜରୁ ୩, ଭଦ୍ରକ ତିହିଡିରେ ୧ ଓ ସୁନ୍ଦରଗଡ ରାଉରକେଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୨୮୭ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ସୁଦ୍ଧା ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୨୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
First Health Update, 9th May
12 positive cases in Ganjam
One positive in Bhadrak
Three positives in Mayurbhanj(All Surat returnees. All Male)
One positive in Rourkela
(Within containment zone)Contact tracing and follow-up action is being done.
Total Positive Case: 287
— I & PR Department, Odisha (@IPR_Odisha) May 9, 2020
ଆଜି ରାଜ୍ୟରେ ୧୭ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗଂଜାମରେ ୧୨, ମୟୂରଭଂଜରୁ ୩, ଭଦ୍ରକରେ ୧ ଓ ସୁନ୍ଦରଗଡ ରାଉରକେଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୨୮୭ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ସୁଦ୍ଧା ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୨୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗଂଜାମରେ ଆଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ରଗ୍ଧ ଯାଜପୁର ୫୫, ଖୋର୍ଦ୍ଧା ୫୦, ବାଲେଶ୍ୱର ୨୭, ଭଦ୍ରକରେ ଆଜିର ଜଣେ ଆକ୍ରାନ୍ତଙ୍କୁ ନେଇ ୨୫ରେ ପହଂଚିଛି ତାଲିକା । ସେହିପରି ସୁନ୍ଦରଗଡରେ ୧୩, କେନ୍ଦ୍ରାପଡାରେ ୮, ଜଗତସିଂହପୁରରେ ୫, ମୟୂରଭଂଜରେ ୭, ଝାରସୁଗୁଡାରେ ୨, କଳାହାଣ୍ଡାରେ ୨, କଟକରେ ୨, ବଲାଙ୍ଗୀର ୨, କେନ୍ଦୁଝର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, କୋରାପୁଟ, ପୁରୀ ଓ ଦେବଗଡରେ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେପଟେ ଆଜିର ରିପୋର୍ଟ ଆସିବା ପରେ ଗଂଜାମ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଂଜାମ ଜିଲ୍ଲା । ଏବେ ସୁଦ୍ଧା ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆକ୍ରାନ୍ତ ସୁରତ ଫେରନ୍ତା । ଯଦିଓ ଆଜିର ଆକ୍ରାନ୍ତଙ୍କ ଗସ୍ତ ସୂଚନା ମିଳି ନାହିଁ । ପୂର୍ବରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା ଅଛନ୍ତି । କେବଳ ଜଣେ କେରଳ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।
ଭଦ୍ରକରେ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି । ଭଦ୍ରକ ଆକ୍ରାନ୍ତ ତିହିଡି ବ୍ଲକର । ସେ ନିକଟରେ ସୁରତରୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ।