କନକ ବ୍ୟୁରୋ : ପୁରୀରେ ଶାନ୍ତିଶୃଙ୍ଖଳାର ହୋଇଛି ରଥଯାତ୍ରା । ବାହୁଡାଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ସେବାୟତଙ୍କ ନମୁନା ପରୀକ୍ଷା ହୋଇଥିଲା । ଆଉ ବାହୁଡାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ପୁରୀରେ ଗୋଟିଏ ସପ୍ତାହରେ ୫ହଜାର ୫ ଶହ ୬୯ ନମୁନା ସଂଗ୍ରହ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୨ଟି ନମୁନା ପଜଟିଭି ଆସିଛି । ଏହି ୧୨ ଜଣଙ୍କ ଭିତରେ କେହି ସେବାୟତ ନାହାନ୍ତି । ନେଗେଟିଭ ଆସିଥିବା ସମସ୍ତ ସେବାୟତଙ୍କୁ ବାହୁଡାରେ ସାମିଲ ହେବାକୁ ସୁଯୋଗ ମିଳିଥିଲା । ପଜଟିଭ ଆସିଥିବା ଲୋକଙ୍କୁ କୋଭିଡ ହସପିଟାଲକୁ ପଠାଇଦିଆଯାଇଛି । ବାହୁଡାରେ ସାମିଲ ଥିବା ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଥିଲା ।
ବାହୁଡାରେ ସାମିଲ ଥିବା ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ : ପୁରୀରେ ଗୋଟିଏ ସପ୍ତାହରେ ୫୫୬୯ ନମୁନା ସଂଗ୍ରହ ; ୧୨ଟି ନମୁନା ପଜିଟିଭ ଆସି ଆସିଥିବା ବେଳେ ସେମାନଙ୍କ ଭିତରେ କେହି ବି ନାହାନ୍ତି ସେବାୟତ
/kanak/media/post_attachments/wp-content/uploads/2020/07/11-2.jpg)