ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଲେ ଓମିକ୍ରନ ସନ୍ଦିଗ୍ଧ ରୋଗୀ : ଜିନମ ସିକୁଏନସିଂ ପାଇଁ ପଠାଗଲା ନମୁନା

ବେଙ୍ଗାଲୁରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ୍, ସେପଟେ ମହାରାଷ୍ଟ୍ରରେ ୨୮ ଜଣ ଓମିକ୍ରନ ସଂକ୍ରମିତ କରିଥିବା ସନ୍ଦେହ

131

କନକ ବ୍ୟୁରୋ : ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ୧୨ଜଣ ସନ୍ଦିଗ୍ଧ ଓମିକ୍ରନ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି । ଗତକାଲି ୮ଜଣ ଓମିକ୍ରନ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ପୁଣି ୪ଜଣଙ୍କୁ ଭର୍ତ୍ତି କରାଯାଇଛି । ଆଜି ଭର୍ତ୍ତି କରାଯାଇଥିବା ୪ଜଣଙ୍କୁ ମଧ୍ୟରୁ ୨ଜଣ କୋଭିଡ ପଜିଟିଭ ଥିବା ବେଳେ ଅନ୍ୟ ୨ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୨ଜଣ ଇଂଲଣ୍ଡ, ଜଣେ ଫ୍ରାନ୍ସ ଓ ଜଣେ ନ୍ୟାଦରଲ୍ୟାଣ୍ଡସରୁ ଆସି ଦିଲ୍ଲୀରେ ପହଂଚିଛନ୍ତି । ଜିନମ ସିକ୍ୱେନ୍ସିଂ ପାଇଁ ୪ଜଣଙ୍କ ନମୁନା ପଠାଯାଇଛି । ଗତକାଲି କର୍ଣ୍ଣାଟକରୁ ୨ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବେଙ୍ଗାଳୁରୁରେ ଓମିକ୍ରନ୍ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କରୋନା ପଜିଟିଭ୍ ହୋଇଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ୍ ହୋଇଛନ୍ତି । ଡାକ୍ତରଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । ସେ ଓ ତାଙ୍କ ୧୩ ବର୍ଷର ଝିଅ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ବର୍ଷର ପୁଅର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ଡାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ ଓ ଶ୍ୱଶୂର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣଙ୍କ ନିକଟରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

– ଓମିକ୍ରନ୍ ସଂକ୍ରମିତ ଡାକ୍ତର ବନେରଘାଟ ରୋଡରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ
– ଥଣ୍ଡା ଓ ଶରୀରପୀଡା ହେବାରୁ ନଭେମ୍ବର ୨୨ ତାରିଖରେ କରୋନା ଟେଷ୍ଟ କରିଥିଲେ
– ରିପୋର୍ଟ ପଜିଟିଭ୍ ଆସିବା ପରେ ନମୁନା ଜିନମ୍ ସିକ୍ୱେନ୍ସିଂ କରାଯାଇଥିଲା
– ଡାକ୍ତରଙ୍କ ସିଟି ଭ୍ୟାଲୁ ୨୫ ତଳେ ରହିଥିଲା
– ଗୁରୁବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା
– ହୋମ୍ ଆଇସୋଲେସନ୍ରେ ଥିବା ଡାକ୍ତର ହସ୍ପିଟାଲରେ ଭର୍ତ୍ତି
– ଡାକ୍ତର ଜଣଙ୍କ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି
– ପ୍ରାଇମେରୀ କଂଟାକ୍ଟରେ ୧୩ ଜଣ, ସେକେଣ୍ଡାରୀ କଂଟାକ୍ଟରେ ଆସିଛନ୍ତି ୨୦୫ ଜଣ
– ପ୍ରାଇମେରୀ କଂଟାକ୍ଟରୁ ୨ ଜଣ ଓ ସେକେଣ୍ଡାରୀ କଂଟାକ୍ଟରୁ ଜଣେ ପଜିଟିଭ୍