ବିପଦରେ କରୋନା ଯୋଦ୍ଧା: ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୧ ହେଉଛନ୍ତି ଏନଡିଆରଏଫ ଓ ଓଡ୍ରାଫର ଯବାନ; ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା ନେଇ ଅଗ୍ନିଶମ ଡିଜିଙ୍କ ଟୁଇଟ୍

341

କନକ ବ୍ୟୁରୋ: ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ । ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ନେଇ ଅଗ୍ନିଶମ ଡିଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ବାତ୍ୟା ପୁନରୁଦ୍ଧାର ପାଇଁ ଏମାନେ କୋଲକତା ଯାଇ ଫେରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆଯାଉଥିବା କହିଛନ୍ତି ଅଗ୍ନିଶମ ଡିଜି ।

ବିପଦରେ କରୋନା ଯୋଦ୍ଧା । ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଏନଡିଆରଏଫ ଓ ଓଡ୍ରାଫର ୬୧ ଜଣ ଜଣ ଯବାନ ଅଛନ୍ତି । ସେମାନେ ଅମ୍ପାନ ବେଳେ ପଶ୍ଚିମବଙ୍ଗ ଯାଇ ଫେରିବା ପରେ କ୍ୱାରେନଟିନରେ ଥିଲେ । ୧୪୬ଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କଟକରୁ ୨ ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯ ଜଣ,ନୟାଗଡରୁ ୩ ଜଣ, ଯାଜପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଂଜ ଓ କଳାହାଣ୍ଡିରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ,ବଲାଙ୍ଗୀରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୧୮, ସୁନ୍ଦରଗଡରୁ ୭, ଓ ବାଲେଶ୍ୱର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ ଜଣ କ୍ୱାରେନଟିନ ସେଂଟରରୁ ଥିବା ବେଳେ ଓ ୧୯ ଜଣ ସ୍ଥାନୀୟ ଅଂଚଳର ଅଛନ୍ତି ।