କରୋନା ମୁକାବିଲା : ପଶ୍ଚିମ ଓଡ଼ିଶାକୁ ଗଲେ ୧୨ ଓଏଏସ ଅଧିକାରୀ ।

156

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ ।

ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି । ବଲାଙ୍ଗିର ଜିଲ୍ଲାକୁ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ପଠାଯାଇଛି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ଓ ସମ୍ୱଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସଙ୍କୁ ପଠାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକଙ୍କୁ ପଠାଯାଇଛି । ତୁରନ୍ତ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।