କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ମହାମାରୀର ଗ୍ରାଫ୍ । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୮୩୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୪୭ରେ ପହଂଚିଛି ।
Regret to inform the demise of twelve #COVID19 positive patients while under treatment in hospitals.
1. A 55-year old Male of Mayurbhanj district who was also suffering from Hypertension.
— H & FW Dept Odisha (@HFWOdisha) August 7, 2020
ତେବେ ଆଜି ମୃତ୍ୟୁ ବରଣ କରିଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଂଜ, କେନ୍ଦ୍ରାପଡା, ସମ୍ବଲପୁର, ଭଦ୍ରକ, ଗଜପତି ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ, ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧ ଶହ ୧୮ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୭୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଠାବ ହୋଇଛନ୍ତି । ବଡ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ନୂଆ ୧୮୩୩ ଆକ୍ରାନ୍ତଙ୍କ ମଧ୍ୟରୁ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଛି ଖୋର୍ଧା ଜିଲ୍ଲା । ଆଜି ଗଂଜାମ ଜିଲ୍ଲାରୁ ୨୭୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ସର୍ବାଧିକ ୨୯୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯, ବରଗଡରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, କଟକରୁ ୧୨୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଝାରସୁଗୁଡାରୁ ୩୦, ଯାଜପୁରରୁ ୬୦,ଜଗତସିଂହପୁରରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 6th August
New Positive Cases: 1833
In Quarantine: 1118
Local Contacts: 715(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 69
3. Bargarh: 8
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) August 7, 2020
ସେହପରି କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୧୬, କୋରାପୁଟରୁ ୪୭, ମାଲକାନଗିରିରୁ ୩୬, ମୟୂରଭଂଜରୁ ୩୪, ନବରଙ୍ଗପୁରୁ ୧୧, ନୟାଗଡରୁ ୬୧, ନୂଆପଡାରୁ ୧, ପୁରୀରୁ ୬୭, ରାୟଗଡାରୁ ୧୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୩ ଏବଂ ସୁନ୍ଦରଗଡରୁ ୧୧୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।