ଭୟଙ୍କର ସଡ଼କ ଦୁର୍ଘଟଣା : କଣ୍ଟେନର ସହ ମିନି ଭ୍ୟାନ ଧକ୍କା; ୧୨ ତୀର୍ଥଯାତ୍ରୀ ମୃତ, ୨୩ ଗୁରୁତର

553

କନକ ବ୍ୟୁରୋ : ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ବଡ଼ ଦୁର୍ଘଟଣା । କଣ୍ଟେନର ସହ ମିନି ଭ୍ୟାନ ଧକ୍କାରେ ୧୨ ତୀର୍ଥଯାତ୍ରୀ ମୃତ, ୨୩ ଗୁରୁତର । ଶନିବାର ବିଳମ୍ବିତ ରାତିରେ ମୁମ୍ବାଇଠୁ ୩୫୦କିମି ଦୂର ବୈଜାପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ଭ୍ୟାନଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ୧୨ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳା ଏବଂ ନାବାଳିକା ରହିଛନ୍ତି । ପୋଲିସ ପକ୍ଷରୁ ଦୁର୍ଘଟଣାସ୍ଥଳରୁ ୨୩ ତୀର୍ଥଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।