କରୋନା ନେଲା ଆଉ ୩ ଜୀବନ : ଗଞ୍ଜାମର ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ , ଜିଲ୍ଲାରେ ୩୯ କୁ ବୃଦ୍ଧି , ରାଜ୍ୟରେ ମୃତ୍ୟୁସଂଖ୍ୟା ୬୪ କୁ ବୃଦ୍ଧି ।

252

ଆଜି ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟ ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି ଯିଏ ଡ଼ାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିଭଳି ପୂର୍ବରୁ କୌଣସି ରୋଗ ନଥିବା ବେଳେ ୫୦ ବର୍ଷୀୟ ଜଣେ ପୁରୁଷ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗଞ୍ଜାମ ଜିଲ୍ଲାର ୬୫ ବର୍ଷୀୟ ପୁରୁଷ କୋଭିଡ଼୍ -୧୯ ରେ ପ୍ରାଣ ହରାଇଛନ୍ତି ଏହି ବ୍ୟକ୍ତିଜଣକ ପୂର୍ବରୁ ଡ଼ାଇବେଟିସ୍ ଏବଂ ଅତ୍ୟଧିକଚାପରେ ରୋଗାଗ୍ରସ୍ତ ଥିଲେ ।

ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୫୯୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଏବଂ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୦୧ ଜଣ । ଏହା ମଧ୍ୟରେ ଗତ ୨୪ଘଂଟାରେ ଗଂଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୨୩୦ ଆକ୍ରାନ୍ତ । ବାଲେଶ୍ୱର : ୧୧ , ବରଗଡ଼ : ୩ , ଭଦ୍ରକ : ୧୧ , ବଲାଙ୍ଗୀର : ୧ , କଟକ : ୧୧ ,ଗଜପତି : ୨୦ , ଗଞ୍ଜାମ : ୨୩୦ , ଜଗତସିଂହପୁର : ୫ , ଯାଜପୁର : ୯୭ , କଳାହାଣ୍ଡି : ୪ , କେନ୍ଦ୍ରାପଡ଼ା : ୨ , କେନ୍ଦୁଝର : ୩ , ଖୋର୍ଦ୍ଧା : ୭୬ , କୋରାପୁଟ : ୪୪ , ମାଲକାନଗିରି : ୩୬ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୫ , ପୁରୀ : ୧୦ , ରାୟଗଡ଼ା : ୨ , ସମ୍ବଲପୁର : ୨ , ସୁନ୍ଦରଗଡ଼ : ୮ ଚିହ୍ନଟ ହୋଇଛନ୍ତି ।