ହୁ ହୁ ହୋଇ ବଢୁଛି କରୋନା : ରାଜ୍ୟରେ ଆଜି ଆଉ ୫୯୫ ନୂଆ ପଜିଟିଭ ; ସଂଗରୋଧ କେନ୍ଦ୍ରରୁ ୩୯୪ ଏବଂ ସ୍ଥାନୀୟ ଅଂଚଳରୁ ୨୦୧ ଆକ୍ରାନ୍ତ ଚିହ୍ନଟ

2,045

ଗତ ୨୪ ଘଂଟାରେ ରାଜ୍ୟରେ ୫୯୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଏବଂ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୦୧ ଜଣ । ଏହା ମଧ୍ୟରେ ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୨୩୦ ଆକ୍ରାନ୍ତ ।

ବାଲେଶ୍ୱର : ୧୧ , ବରଗଡ଼ : ୩ , ଭଦ୍ରକ : ୧୧ , ବଲାଙ୍ଗୀର : ୧ , କଟକ : ୧୧ ,ଗଜପତି : ୨୦ , ଗଞ୍ଜାମ : ୨୩୦ , ଜଗତସିଂହପୁର : ୫ , ଯାଜପୁର : ୯୭ , କଳାହାଣ୍ଡି : ୪ , କେନ୍ଦ୍ରାପଡ଼ା : ୨ , କେନ୍ଦୁଝର : ୩ , ଖୋର୍ଦ୍ଧା : ୭୬ , କୋରାପୁଟ : ୪୪ , ମାଲକାନଗିରି : ୩୬ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୫ , ପୁରୀ : ୧୦ , ରାୟଗଡ଼ା : ୨ , ସମ୍ବଲପୁର : ୨ , ସୁନ୍ଦରଗଡ଼ : ୮ ଚିହ୍ନଟ ।