ହକି ବିଶ୍ୱକପ : ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ; କିଭଳି ରେଫରି କି ମ୍ୟାଚ୍ ପରିଚାଳନା ଅଧିକାରୀ ଜାଣି ପାରିଲେନି ଉଠିଲା ପ୍ରଶ୍ନ ?

Advertisment
ହକି ବିଶ୍ୱକପ : ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ; କିଭଳି ରେଫରି କି ମ୍ୟାଚ୍ ପରିଚାଳନା ଅଧିକାରୀ ଜାଣି ପାରିଲେନି ଉଠିଲା ପ୍ରଶ୍ନ ?

କନକ ବ୍ୟୁରୋ : ହକି ବିଶ୍ୱକପରେ ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ । କୋରିଆ ବିପକ୍ଷ ମ୍ୟାଚରେ ଜାପାନ ୧୨ ଜଣ ଖେଳାଳିଙ୍କୁ ଖେଳିଥିବା ଜଣାପଡ଼ିଛି । କିନ୍ତୁ ଏହାକୁ ରେଫରି କିମ୍ବା ଅନ୍ୟ କୌଣସି ମ୍ୟାଚ୍ ପରିଚାଳନା ଅଧିକାରୀ କିଭଳି ଧ୍ୟାନ ଦେଇପାରିନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଖେଳ ଶେଷ ହେବା ପରେ ରେଫରି ଜାପାନ ଦଳର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ତେବେ ଏହା ଅଜାଣତରେ ହୋଇଯାଇଥିବା ରେଫରିଙ୍କୁ ସଫେଇ ଦିଆଯାଇଛି । ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ପରେ ଘଟଣା ସମ୍ପର୍କରେ କୋରିଆ ଦଳକୁ ଅବଗତ କରାଯାଇଥିଲା । ଯଦିଓ ଏହି ବେଆଇନ୍ କାର୍ଯ୍ୟ ମ୍ୟାଚର ଫଳାଫଳରେ କୌଣସି ପ୍ରଭାବ ପକାଇନଥିଲା, କିନ୍ତୁ ଏଭଳି ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା, ତାହାର ତଦନ୍ତ ଏଫଆଇଏଚ ଆରମ୍ଭ କରିଥିବା ଏକ ବିବୃତିରେ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe