କନକ ବ୍ୟୁରୋ : ଆଜି ବିଜେପୁରରେ ଚାଲିଛି ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ବିଜେପୁର ବ୍ଲକ ଓ ଏନ-ଏସ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ଠପ ରହିଛି ।
ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବିଭିନ୍ନ ଛକରେ ପ୍ରତିବାଦକାରୀ ପିକେଟିଂ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ବିଭିନ୍ନ ଛକରେ ମୁତୟନ କରାଯାଇଛି ।