ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଓ କଂଟାବାଞ୍ଜିରେ ୧୨ ଘଂଟିଆ ବନ୍ଦ ଡାକରା: ସମର୍ଥନ କଲା ବିଭିନ୍ନ ସଂଗଠନ

54

କନକ ବ୍ୟୁରୋ: ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଓ କଂଟାବାଞ୍ଜିରେ ୧୨ ଘଂଟିଆ ବନ୍ଦ ପାଳନ । କଂଟାବାଞ୍ଜିରେ ସଂଘର୍ଷ ସମିତିର ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦରେ ସାମିଲ ଅଛି ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ । ତେବେ ବନ୍ଦ ବେଳେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି । ଏହି ବନ୍ଦକୁ ସମର୍ଥନ କରିଛନ୍ତି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ସ୍ୱେଚ୍ଛାସେବୀ, ସାମାଜିକ ଅନୁଷ୍ଠାନ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି । ସମର୍ଥନରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ୧୯୯୨ ମସିହାରୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରାଯାଇଆସୁଛି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ସଇଁତଳା ବ୍ଲକକୁ ଉପଖଣ୍ଡ ମାନ୍ୟତା ଦାବିରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଏହାକୁ ବିକାଶ ପରିଷଦ ଓ ବଣିକ ସଂଘ ସମର୍ଥନ କରିଥିବା ବେଳେ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରିଛନ୍ତି ।