କନକ ବ୍ୟୁରୋ : ଆଜି ସୋନପୁରର ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ବୀରମହାରାଜପୁରକୁ ଏନଏସି ଘୋଷଣା ସହ ୧୫ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଆମ ଆଦମୀ ପାର୍ଟି । ସକାଳୁ ସକାଳୁ ଆପର କର୍ମକର୍ତ୍ତା ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି ।

Advertisment

ଦୋକାନ, ବଜାର ଯାନବାହାନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବନ୍ଦ ବେଳେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।