କନକ ବ୍ୟୁରୋ : ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ମାଲକକାନଗିର ବନ୍ଦ ପାଳନ । ଜିଲ୍ଲା ସଦର ମହକୁମା ସହ ବ୍ଳକ ସ୍ତରରେ ପିକେଟିଂ କରି ରାସ୍ତାରୋକ । ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ ବିଲ ଆଦାୟକୁ ବିରୋଧ । ଜିଳ୍ଲା ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ୫ ବର୍ଷ ଧରି ନିର୍ମାଣ କାମ ସରିଥିବା ବିଇଡି କଲେଜ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ଭିତିକ ନିଯୁକ୍ତି ଦାବି ନେଇ କଂଗ୍ରେସ ବନ୍ଦ ପାଳନ କରୁଛି ।