କନକ ବ୍ୟୁରୋ: ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି ।
କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବି କରୁଛି ମହାସଂଘ । ପ୍ରଥମେ ବିଜେଡି ନେତା ଭାଗିରଥି ମାଣ୍ଡାଙ୍ଗି, ପରେ ପୁରୁଷୋତମ ଗମାଙ୍ଗ ଓ ଏବେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇ ଉଚିତ ତଦନ୍ତ ଦାବି କରି ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଆଦିବାସୀ ମହାସଂଘ । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।