କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ : ମୟୁରଭଞ୍ଜରେ ୫ମାସର ଏବଂ କଟକରେ ୧୨ ଦିନ ଶିଶୁର ମୃତ୍ୟୁ

ସ୍ୱାସ୍ଥ୍ୟ ବିଭାଗ କହିଲା, କୋଭିଡ଼ ସହ ଅନ୍ୟ ରୋଗରେ ବି ପୀଡ଼ିତ ଥିଲେ ଦୁଇ ଶିଶୁ

150

କନକ ବ୍ୟୁରୋ : କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି କୁହାଯାଉଥିବା ବେଳେ ଆଜି ରାଜ୍ୟରୁ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୬ ପିଲା ସଂକ୍ରମିତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇ ମୃତ ଶିଶୁଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ୫ ମାସର ଜଣେ ଶିଶୁ କନ୍ୟା ରହିଥିବା ବେଳେ କଟକ ଜିଲ୍ଲାର ୧୨ ଦିନର ଜଣେ ଶିଶୁ କନ୍ୟା ରହଛି । ଉଭୟ ଅନ୍ୟ ରୋଗରେମଧ୍ୟ ପିଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏପଟେ ବାଲେଶ୍ୱରରେ ଆଜି ଆଉ ଜଣେ ଶିଶୁ ଆକ୍ରନ୍ତହୋଇଥିବା ବେଳେ ଜିଲ୍ଲାରେ ମୋଟ ୧୧ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଉପରେ ୧୮ ବର୍ଷରୁ କମ ବୟସର ୮୪ ହଜାର ୨୩୧ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି ।