କନକ ବ୍ୟୁରୋ: ଆଗୁଆ ଖରାଛୁଟି ଯୋଗୁଁ ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଆଗୁଆ ଖରା ଛୁଟି କରିଛନ୍ତି । ଏଥିପାଇଁ ପିଏମ୍ ପୋଷଣ ଯୋଜନା ଅଧିନରେ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ରନ୍ଧନ ଖାଦ୍ୟ ସାମଗ୍ରୀ ବାବଦ ଅର୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୮ରୁ ୨୦, ୩ଦିନ ଓ ଏପ୍ରିଲ ୨୫ରୁ ମେ’ ୫ ଯାଏଁ ୯ଦିନ ଛୁଟି ଘୋଷଣା ହୋଇଛି । ଛାତ୍ରଛାତ୍ରୀଙ୍କ ୯ଦିନ ଛୁଟି ରହିଥିବାରୁ ମଧ୍ୟାହ୍ନ ଭୋଜନ ବାବଦ ଖାଦ୍ୟ ସୁରକ୍ଷା ଭତ୍ତା ପିଲାଙ୍କୁ ଦିଆଯିବ ।
ସ୍କୁଲ ପରିଚାଳନା କମିଟିର ଉପସ୍ଥିତିରେ ପିଲାଙ୍କ ଅଭିଭାବକଙ୍କୁ ୧୨ଦିନର ଚାଉଳ ଦିଆଯିବ ଏବଂ ୧୨ଦିନର ରାସନ ସାମଗ୍ରୀ ବାବଦ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଅର୍ଥ । ଯେଉଁଠାରେ ଆକାଉଣ୍ଟ ଟ୍ରାନ୍ସଫର ସମ୍ଭବ ହେବ ନାହିଁ ସେଠାରେ ରେଜିଷ୍ଟର ପରିଚାଳନା କରାଯାଇ ଟଙ୍କା ଦିଆଯିବ । ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । ସ୍କୁଲ ଖୋଲିବା ପର୍ଯ୍ୟନ୍ତ ବଳକା ଚାଉଳ ଓ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ଭାବେ ବିଦ୍ୟାଳୟ କ୍ୟାମ୍ପସରେ ରଖିବା ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/36-6.jpg)