କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ଦେଶରେ ଚାଲିଥିବା ଟିକାକରଣରେ ମୋଟ ୨୧,୨୦,୬୬,୬୧୪ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ମଧ୍ୟରେ ଟିକା ପ୍ରଥମ ଓ ଦ୍ୱିତୀୟ ଖୋରାକ ରହିଛି । ଏହାସହ ଗତ ୨୪ ଘଂଟାରେ ଦେଶରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା କଥା କୁହାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାର ବିସ୍ତାର
- ୯୮,୬୨,୭୭୭ ସ୍ୱାସ୍ଥ୍ୟକର୍ମୀ ଓ ୧,୫୫,୫୯,୯୩୨ କୋଭିଡ ଯୋଦ୍ଧାଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଛି ।
- ୬୭,୭୨,୭୯୨ ସ୍ୱାସ୍ଥ୍ୟ କର୍ମୀ ଓ ୮୪,୮୯,୨୪୧ କୋଭିଡ ଯୋଦ୍ଧାଙ୍କୁ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି ।
- ୬୦ ବର୍ଷରୁ ଅଧିକ ବୟସ୍କ ୫,୮୪,୪୦,୨୧୮ ଜଣଙ୍କୁ ଟିକାର ପ୍ରଥମ ଖୋରାକ ଓ ୧,୮୬,୫୦, ୩୭୮ ଜଣଙ୍କୁ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି ।
- ୪୫ ରୁ ୬୦ ବର୍ଷ ବୟସ୍କ ୬,୫୪,୧୧,୦୪୫ ଲୋକଙ୍କୁ ଟିକାର ପ୍ରଥମ ଖୋରାକ ଓ ୧,୦୫,୨୭,୨୯୭ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି ।
- ୧୮ ରୁ ୪୪ ବର୍ଷ ମଧ୍ୟରେ ୧,୮୩,୪୩,୫୦୫ ଟିକାର ପ୍ରଥମ ଖୋରାକ ଓ ୯,୪୨୯ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି ।
Nearly 12 crore vaccine doses will be available for National COVID vaccination program in June 2021: Union Health Ministry pic.twitter.com/OjkX9xx3Eu
— ANI (@ANI) May 30, 2021
ଏହାସହ ଗତ ୨୪ ଘଂଟାରେ ଦେଶରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା କଥା କୁହାଯାଇଛି ।
ଅନ୍ୟପଟେ ଟିକାର ଅଭାବ କାରଣରୁ ଟିକାକରଣ ବାଧାପ୍ରାପ୍ତ ହେଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା କିଛିଟା ଆଶ୍ୱସ୍ଥ କରିଛି । ମନ୍ତ୍ରଣାଳୟର ସୂଚନା ମୁତାବକ ଜୁନ ମାସରେ ଦେଶରେ ୧୨ କୋଟି ଡୋଜ ଟିକା ଉପଲବ୍ଧ ହେବ । ଏହା ପୂର୍ବରୁ ମେ ମାସରେ ୭.୯୪ ଡୋଜ ଟିକା ଉପଲବ୍ଧ ଥିଲା ।