କନକ ବ୍ୟୁରୋ : କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି । ଏହି କଲେଜରୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । କୌଣସି ବାହାର ଗାଡିୟାନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିବା ଆସିବା ଉପରେ ବାରଣ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ପ୍ରଥମେ ଏହି କଲେଜରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ହେଲେ ପରେ ଏହି ୩ଜଣ ସଂଗରୋଧରେ ନରହିବା କାରଣରୁ ଏବେ ଆଉ ୧୨ ଜଣଙ୍କ ପାଖେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ଆଗକୁ କଲେଜରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଆକ୍ରାନ୍ତଙ୍କୁ ସାଧାରଣ ଛାତ୍ରଛାତ୍ରୀ ଅଭିଭାବଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ରଖାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/1-29.jpg)