ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା । 

Advertisment
ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା । 

କନକ ବ୍ୟୁରୋ : କରୋନା ଟିକା ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ। କରୋନା ଟିକା ଆସିଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବା ନେଇ ୧୨ଟି ଦେଶ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗର ସଦସ୍ୟ ଭିକେ ପୌଲ। କୋଭିଡ-୧୯ର ଉଚ୍ଚ ସ୍ତରୀୟ ମନ୍ତ୍ରୀ ଦଳର ବୈଠକ ସମୟରେ ଏଭଳି କହିଛନ୍ତି ଭିକେ ପୌଲ।

ଭିକେ ପୌଲ ବୈଠକରେ କରୋନା ଟିକା ପରୀକ୍ଷଣ, ଉତ୍ପାଦନ ଏବଂ ଡୋଜ ବିଷୟରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଦଳର ସଦସ୍ୟଙ୍କୁ ଜଣାଇବା ସହ କରୋନା ଟିକା ଆସିବା ପରେ କେଉଁମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ ସେ ବିଷୟରେ କହିଥିଲେ। ପ୍ରଥମେ ୧୦ମିଲିୟନ ସ୍ୱାସ୍ଥ୍ୟସେବା କର୍ମଚାରୀ, ୨୦ମିଲିୟନ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୫୦ବର୍ଷରୁ ଉଦ୍ଧ୍ୱର୍ ଥିବା ୨୭୦ମିଲିୟନ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ୩ଟି କରୋନା ଟିକା ତିଆରି କରୁଥିବା କମ୍ପାନି ଏବେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଥିବା ବେଳେ ଟିକା ପରୀକ୍ଷଣକୁ ଦେଖି ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଏହା ସହ ଟିକା ଆସିଲେ ପ୍ରାଥମିକତା ଦେବା ପାଇଁ ୧୨ଟି ଦେଶ ଅନୁରୋଧ କରିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe