କନକ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କକୁ ଆସିବେ ଆଉ ୧୨ ଚିତା । ଦକ୍ଷିିଣ ଆଫ୍ରିକାରୁ ଚିତାଙ୍କୁ ଆଣିବାକୁ ବାୟୁସେନାର ବିମାନ ଗ୍ଲୋବମାଷ୍ଟର ଉଡାଣ ଭରିସାରିଛି । ଚିତାଙ୍କୁ ନେଇ ବିମାନ ୧୮ ତାରିଖରେ ଗ୍ୱାଲିଅର ବିମାନବନ୍ଦରରେ ପହଞ୍ଚିବାର ସୂଚନା ରହିଛି ।

Advertisment

ଏୟାରପୋର୍ଟରେ ପହଞ୍ଚିବା ପରେ ଚିତାଙ୍କୁ ଏମଆଇ୧୭ ହେଲିକପ୍ଟରରେ କୁନୋ ନ୍ୟାସନାଲ ପାର୍କକୁ ନିଆଯିବ । ତାଙ୍କ ସହ ଚିତା ଏକ୍ସପର୍ଟ ଓ ପଶୁ ଚିକିତ୍ସକ ମଧ୍ୟ ଯିବେ । କୁନୋ ନ୍ୟାସନାଲ ପାର୍କରେ ଚିତାଙ୍କୁ ସ୍ୱାଗତ କରିବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଦି ଉପସ୍ଥିତ ରହିବେ ।

ଅନ୍ତରାଷ୍ଟ୍ରିୟ ମାନକ ତଥା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହୋଇଥିବା ଏମଓୟୁ ମୁତାବକ, ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତିବର୍ଷ ୧୦ରୁ ୧୨ଟି ଚିତା ଅଣାଯିବେ । ଆଗାମୀ ୧୦ ବର୍ଷ ଯାଏଁ ଏହି ଚୁକ୍ତି ଲାଗୁ ରହିଛି ।