ତୃତୀୟ ଥର ଦିଲ୍ଲୀ ଦଖଲ କଲେ କେଜ୍ରିୱାଲ । ପୁଣି ବିଜେପିକୁ ବନବାସ ପଠାଇ ହାସଲ କଲେ ଐତିହାସିକ ବିଜୟ, ଜାଣନ୍ତୁ ଆପର ବିଜୟ ପଛର ୧୨ଟି ବଡ଼ କାରଣ ।

Advertisment
ଖସିଲା ୫, ଚଢିଲା ୫: ସରକାର ପାଇଁ ସାପସିଢି ଖେଳରେ ୫ ବର୍ଷରେ ୫ ଅଙ୍କକୁ ନେଇ ଚର୍ଚ୍ଚା । ଆପ ଖାତାରୁ ଖସିଲା ୫ ସିଟ୍, ପଦ୍ମ ପାଖୁଡାରେ ଯୋଡିଲା ୫ ପାଖୁଡା...

କନକ ବ୍ୟୁରୋ : ସାରା ଦେଶକୁ ଚକିତ କରି ପୁଣି ଥରେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛି, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି । ଅରବିନ୍ଦ କେଜ୍ରିୱାଲଙ୍କ ବିକାଶର ବାର୍ତ୍ତା ଆଗରେ ଫିକା ପଡିଯାଇଛି ମୋଦି ମ୍ୟାଜିକ୍ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ବଡ କାରଣ ପୁଣି ଥରେ କେଜ୍ରିୱାଲଙ୍କୁ ବନାଇଦେଲା ଦିଲ୍ଲୀ ଦରବାରର ସମ୍ରାଟ ।

୧. ବିକାଶ ନାଁରେ ନିର୍ବାଚନ ଲଢିବା
୨. ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାମ
୩. ଗଳିକନ୍ଦିରେ ସିସିଟିଭି କ୍ୟାମେରା
୪. ବସ୍ତି ଅଞ୍ଚଳରେ ପକ୍କା ଘରର ସମାଧାନ
୫. ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି
୬. ସ୍ୱାସ୍ଥ୍ୟ ସୁବିଧା
୭. ମାଗଣା ବିଜୁଳି,
୮. ମାଗଣା ପାଣି
୯. ମାଗଣା ବସ ସେବା
୧୦. ଆଗୁଆ ପ୍ରାର୍ଥୀ ଘୋଷଣା ଓ ରଣନୀତି
୧୧. ବିବାଦୀୟ ବୟାନରୁ ଆପ୍ ନେତା ଦୂରେଇ ରହିବା
୧୨. ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱଚ୍ଛ ଭାବମୂର୍ତ୍ତି

ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ଏକଜିଟ୍ ପୋଲ ପୂର୍ବାନୁମାନ ହୋଇଥିଲା ତାହା ଏକ ପ୍ରକାର ସତ ହୋଇଛି । ବିଜେପିର କଠୋର ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦ ଉପରେ ଭାରିପଡିଛି କେଜ୍ରିୱାଲଙ୍କ ବିକାଶର ମଡେଲ । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବିଜୁଳି ଭଳି ମୌଳିକ ପ୍ରସଙ୍ଗକୁ ମୁଦ୍ଦା କରି ଦିଲ୍ଲୀବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe