ନବରଙ୍ଗପୁରରେ କାଲିଠାରୁ ନାଇଟ କର୍ଫ୍ୟୁ । ଜାଣନ୍ତୁ ନାଇଟ କର୍ଫ୍ୟୁ ବିଷୟରେ ୧୨ଟି ବଡ କଥା ।

107

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ କାଲିଠାରୁ ଜାରି ହେବ ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନାଇଟ କର୍ଫ୍ୟୁ କେବେ ଯାଏଁ ରହିବ, ସେନେଇ ନିଷ୍ପତ୍ତି ହୋଇ ନାହିଁ । ତେବେ ଜାଣନ୍ତୁ ନବରଙ୍ଗପୁର ନାଇଟ କର୍ଫ୍ୟୁକୁ ନେଇ ୧୨ଟି ବଡ କଥା ।

-୫ ଜଣରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଏକାଠି ହେବେ ନାହିଁ
-ଅନାବଶ୍ୟକ ସଭା, ସେମିନାର ଓ କନଫରେନ୍ସ ବାତିଲ କଲା ପ୍ରଶାସନ 
-ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ଭୋଜି ଓ ପାର୍ଟି ଉପରେ କଟକଣା 
-ବାହାଘର ବରଯାତ୍ରୀ ଅପରେ ଓ ଅନ୍ୟ କାର୍ଯ୍ୟକ୍ରମ ଉପରେ ରୋକ 
-ରାଜନୈତିକ ରାଲି ଓ ବିକ୍ଷୋଭ ସମାବେଶ ଉପରେ ରୋକ 
-କଲ୍ୟାଣ ମଣ୍ଡପରେ କୌଣସି ଜନ ସମାଗମ ହୋଇପାରିବ ନାହିଁ 
-ସମସ୍ତ ହୋଟେଲରେ କୋଭିଡ ନିୟମ କଡାକଡି ପାଳନ କରାଯିବ 
-କୌଣସି ବ୍ୟକ୍ତିଙ୍କ ଲକ୍ଷଣ ଦେଖାଦେଲେ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ 
-ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ନଜର ରଖିବ 
-ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ
-କୌଣସି ପ୍ରକାର ମିଛ ଖବର ଓ ଗୁଜବକୁ ପ୍ରଶୟ ଦିଆଯିବ ନାହିଁ 
-ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ