କନକ ବ୍ୟୁରୋ : ବାଂଲାଦେଶୀଙ୍କ ଅନୁପ୍ରବେଶ ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଛି ପାରାଦୀପ ଆଦର୍ଶ ଥାନା ପୋଲିସ । ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରୁଛି ପୋଲିସ । ଆଜି ସକାଳେ ଏହି ୧୨ ଜଣ ବସରେ ଆସି ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ବାଂଲାଦେଶୀ ହୋଇଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡ଼ିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।
ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ବ୍ୟକ୍ତି ଅଟକ । ବସ ଯୋଗୁ କଲିକତାରୁ ପାରାଦୀପ ଆସିଥିବା ସୂଚନା
/kanak/media/post_attachments/wp-content/uploads/2024/08/42-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)