କେବେ ଆପଣ ଚିନ୍ତା କରିଛନ୍ତି କି, ଅଧିକାଂଶ ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି ହୋଇଥାଏ? ଯଦିଓ ସୁପ୍ରିମ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି କି ସମସ୍ତ ଘରୋଇ ସ୍କୁଲ ବସଗୁଡିକର ରଙ୍ଗ ହଳଦିଆ ରଖାଯିବାକୁ ତଥାପି କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପଛରେ କୌଣସି ବିଶେଷ କାରଣ ରହିଛି କି? ଏହି ପ୍ରଶ୍ନର ଉତର ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । କେବଳ ଭାରତରେ ନୁହେଁ ବରଂ ବିଦେଶରେ ଥିବା ସ୍କୁଲମାନଙ୍କର ବସର ରଙ୍ଗ ହଳଦିଆ ରହିଛି । ଏହା ପଛର ମୁଖ୍ୟ କାରଣ ହେଲା, ଅନ୍ୟ ରଙ୍ଗ ଅପେକ୍ଷା ହଳଦିଆ ରଙ୍ଗରେ ୧,୨୪ ଗୁଣ ଅଧିକ ଆକର୍ଷଣ ହୋଇଥାଏ । ଯାହାକି ବାକି ରଙ୍ଗଗୁଡିକ ତୁଳନାରେ ଆଖିକୁ ଅଧିକ ପ୍ରତିଫଳିତ କରିଥାଏ ।
ଜାଣି ଆଶ୍ଚର୍ଯ୍ୟ ହେବେ, ୧୯୩୦ରେ ସର୍ବ ପ୍ରଥମେ ଆମେରିକାରେ ଏସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ଆପଣ ଦେଖିଥିବେ ରାସ୍ତା କଡରେ ଥିବା ଟ୍ରାଫିକ ଲାଇଟ ଏବଂ ଖାସ୍ ସାଙ୍କେତିକ ବୋର୍ଡ଼କ ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ । କାରଣ ଘନ କୁହୁଡ଼ିରେ ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ଏକମାତ୍ର ରଙ୍ଗ ହଳଦିଆ ରଙ୍ଗ ହିଁ ଭଲ ଭାବରେ ନଜର ଆସିଥାଏ । ତେଣୁ ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ସ୍କୁଲ ବସର ରଙ୍ଗ ହଳଦିଆ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/school-buses-yellow-color.jpg)
/kanak/media/post_attachments/wp-content/uploads/2018/09/Yellow-School-Bus-300x148.png)