କ’ଣ ଆପଣଙ୍କ ଘରେ ଗ୍ୟାସରେ ଖାଦ୍ୟ ତିଆରି ହୁଏ ? ଯଦି ହଁ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ ଅଟେ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ତଥା ବିସ୍ଫୋରଣ ହେବା ଭଳି ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏକ୍ସପାରୀ ଡେଟ ନଥିବା ଗ୍ୟାସ ସିଲିଣ୍ଡର ।ତେବେ ଏକ୍ସପାରୀ ଡେଟ ଚାଲିଯାଇଥିବା ସିଲିଣ୍ଡରରୁ ବିସ୍ଫୋରଣ ଘଟିଥିବା ଭଳି ସୂଚନା ମିଳିଛି । ଆଜି ଆମେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଉପରେ ଲେଖା ହୋଇଥିବା ଏକ ବିଶେଷ ନମ୍ବରର ସୂଚନା ଦେବୁ ।
ଆପଣ ଗ୍ୟାସ ସିଲିଣ୍ଡରରେ ଫଟୋରେ ଦେଖାଯାଉଥିବା ନମ୍ବର ଅବଶ୍ୟ ଦେଖିଥିବେ । କିନ୍ତୁ କ’ଣ ଆପଣଙ୍କୁ ଏହି ନମ୍ବରର ଅର୍ଥ ଜଣା ଅଛି । ପ୍ରକୃତରେ ଗ୍ୟାସ୍ ସିଲିଣ୍ଡର ଉପରେ ଲେଖାଯାଇଥିବା ଏହି ନମ୍ବର ସିଲିଣ୍ଡରର ଏକ୍ସପାୟରୀ ଡେଟ୍ । ରୋଷେଇ ଘରେ କାମରେ ଆସୁଥିବା ପ୍ରତି ଗ୍ୟାସ ସିଲିଣ୍ଡର ଉପରେ ଏଜେନ୍ସି ଦ୍ୱାରା ଏହି ନମ୍ବର ଚିତ୍ରଣ କରାଯାଇଥାଏ । ଏହାକୁ ଏଜେନ୍ସିର କର୍ମଚାରୀ ବା ସିଲିଣ୍ଡର ଡେଲିଭରୀ କରୁଥିବା ବ୍ୟକ୍ତି ଏହାକୁ ସହଜରେ ବୁଝିପାରିବେ । କିନ୍ତୁ ଏକ ସାଧାରଣ ଉପଭୋକ୍ତା ଏହାକୁ ବୁଝିବାକୁ ବହୁତ କଷ୍ଟ ହେବ ।
ରେଗୁଲେଟର୍ ପାଖରେ ତିନୋଟି ପଟ୍ଟି ଉପରେ ଥାଏ ଏହି ନମ୍ବର : ଏହା ବହୁତ ସହଜ । ଏହାକୁ ବୁଝିଯିବା ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ବା ଲିକ୍ ହେବା ଭଳି କଥାରେ ଆପଣ ଚିନ୍ତା ମୁକ୍ତ ରହିବେ । ସିଲିଣ୍ଡର ସବୁଠାରୁ ଉପରେ ରେଗୁଲେଟର ପାଖରେ ଯେଉଁ ତିନୋଟିି ପଟ୍ଟି ଲାଗିଥାଏ, ତେବେ ଗ୍ୟାସ ସିଲିଣ୍ଡରରେ ସେଠି କିଛି ନମ୍ବର ଚିତ୍ରଣ ହୋଇଥାଏ । ସେଥିମଧ୍ୟରୁ କୈାଣସି ଗୋଟିଏ ଉପରେ ଇ, ଈ, ଉ, ଊ ଲେଖା ହୋଇଥାଏ । ଏହାର ଅର୍ଥ ଏହା ଯେ, ଗ୍ୟାସ କମ୍ପାନୀ ପ୍ରତ୍ୟେକ ଲେଟର୍ କୁ ୩ ମାସରେ ବାଣ୍ଟି ଦିଏ । ଇ ଅର୍ଥ ଜାନୁୟାରୀରୁ ମାର୍ଚ୍ଚ, ଈ, ଅର୍ଥ ଏପ୍ରିଲ ରୁ ଜୁନ୍ ପର୍ୟ୍ୟନ୍ତ ହେବ । ଉ ଅର୍ଥ ଜୁଲାଇରୁ ସେପ୍ଟେମ୍ବର ଏବଂ ଊ ଅର୍ଥ ଅକ୍ଟୋବର ରୁ ଡିସେମ୍ବର ପର୍ୟ୍ୟନ୍ତ ହେବ ।
ଇ-୧୭ ର ଅର୍ଥ : ଏହା ସହିତ ଏଥିରେ ବର୍ଷ ବି ଦିଆଯାଇଥାଏ । ଉଦାହରଣ ସ୍ୱରୂପ ଗ୍ୟାସ ସିଲିଣ୍ଡର ଉପରେ ଇ-୧୭ ର ଅର୍ଥ ଏହା ଯେ, ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ୍ ଜାନୁୟାରୀ ରୁ ମାର୍ଚ୍ଚ ୨୦୧୭ ପର୍ୟ୍ୟନ୍ତ ଅଛି ଏବଂ ଏହାପରେ ସିଲିଣ୍ଡରର ବ୍ୟବହାର କରିବା ବିପଦଜନକ ହୋଇପାରେ । ଏବଂ ଏହି ବିପଦ ମଧ୍ୟରେ ସାମିଲ ଅଛି ଗ୍ୟାସ ଲିକ୍ ଠାରୁ ଆରମ୍ଭ କରି ସିଲିଣ୍ଡର ଫାଟିବା ପର୍ୟ୍ୟନ୍ତ ।
୧୯ର ଅର୍ଥ ୨୦୧୯ : ଏହାପରେ ଲେଖାଯାଇଥିବା ନମ୍ବର ଏକ୍ସପାୟରୀ ବର୍ଷକୁ ଦର୍ଶାଇଥାଏ । ଯେମିତି କି ୧୯ର ଅର୍ଥ ୨୦୧୯, ସେହିଭଳି ୨୦ର ଅର୍ଥ ୨୦୨୦ । ଯଦି ଆପଣଙ୍କ ଘରେ ବର୍ତ୍ତମାନ ଉ୧୭ ପୂର୍ବର ସିଲିଣ୍ଡର ଅଛି, ତେବେ ସିଲିଣ୍ଡର ଏକ୍ସପାୟର୍ଡ ହୋଇଗଲାଣି ।
ଗ୍ୟାସ ସିଲିଣ୍ଡରରେ ଲାଗିଥିବା ନିଆଁକୁ ଲିଭାଇବାର ସବୁଠୁ ସହଜ ତରିକା ହେଲା କି, ଚର୍ତୁଃଦିଗରେ ବହୁଥିବା ପବନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇ ନିଆଁକୁ କାବୁ କରାଯାଇପାରିବ । କାରଣ ଯେତେବେଳେ ଅକ୍ସିଜେନ ନରହିବ ସେତେବେଳେ ନିଆଁ ଆପଣାଛାଏଁ ବନ୍ଦ ହୋଇଯିବ । ଗ୍ୟାସ ସିଲିଣ୍ଡରରେ ଯେତେ ଭୟଙ୍କର ନିଆଁ ଲାଗି ଥାଉନା କାହିଁକି, ଏହାର ଆଖପାଖରେ ଅତି ସହଜରେ ଅକ୍ସିଜେନକୁ ବନ୍ଦ କରିଦିଆଯାଇପାରିବ ।
ଏହାର ସବୁଠାରୁ ସରଳ ଉପାୟ ହେଲା, ଘରେ ବ୍ୟବହାର କରୁଥିବା ବାଲି୍ଟ କିମ୍ବା କୌଣସି ମୋଟା ଅଖା ତଥା ଚିନି କିମ୍ବା ଗୁଡ ଅଖା ଜଳୁଥିବା ସିଲିଣ୍ଡର ଉପରେ ଗୁଡାଇଦେଲେ କିମ୍ବା ସିଲିଣ୍ଡର ମୁହଁରେ ପକାଇ ଦେବା ଦ୍ୱାରା ନିଆଁ ଆପଣା ଛାଏ ବନ୍ଦ ହୋଇଯିବ । ତେବେ ଧ୍ୟାନ ରଖିବେ କି, ଜଳୁଥିବା ଟାଙ୍କିରେ ଆପଣ ଯେଉଁ ବାଲ୍ଟି ଉଗୁଡାଇଛନ୍ତି ତାହା ନା ଢିଲା ହେଉଥିବ ନା ହିଁ ଅଧିକ ଟାଇଟ୍ ହୋଇଥିବା ଦରକାର ।
ଅନ୍ୟ ଏକ ଉପାୟ ହେଲା, ଆପଣ ଆପଣଙ୍କର ଆଙ୍ଗୁଳିରେ ନଟର ସେହି ଭାଗକୁ ବନ୍ଦ କରିବାକୁ ହେବ, ଯେଉଁଠୁ ଗ୍ୟାସ ନିର୍ଗତ ହେଉଛି । ଯଦି ଆପଣ ଫୂର୍ତ୍ତିରେ ଏଭଳି କରିଦିଅନ୍ତି ତେବେ ଆପଣଙ୍କର ଆଙ୍ଗୁଳି ବି ଜଳିବ ନାହିଁ । ଏହି ଦୁଇଟି ଉପାୟରେ ସିଲିଣ୍ଡରରେ ଲାଗିଥିବା ନିଆଁକୁ ତୁରନ୍ତ ଲିଭାଯାଇପାରିବ । ସେହିପରି ଅନ୍ୟ ଏକ ସରଳ ଉପାୟ ହେଲା, ଯଦି କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଏ ତେବେ ଏହି ସମୟରେ ଆଦୌ ବିଚଳିତ ନହୋଇ ଆପଣ ବ୍ୟବହାର କରୁଥିବା ଚାଦର କିମ୍ବା କୌଣସି ମୋଟା କପଡାକୁ ପାଣିରେ ଭଲ ଭାବରେ ଭିଜାଇ ଦିଅନ୍ତୁ ଏବଂ ଏହି ଓଦା କପଡା କିମ୍ବା ଚାଦରକୁ ଜଳୁଥିବା ସିଲିଣ୍ଡର ଉପରେ ଢାଙ୍କି ଦିଅନ୍ତୁ । ଦେଖିବେ ମାତ୍ର କେଉଁ ମୁହୂର୍ତ୍ତରେ ଜଳିଉଠୁଥିବା ସିଲିଣ୍ଡରଟିରେ ନିଆଁ ଲିଭିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/blast4.jpg)
/kanak/media/post_attachments/wp-content/uploads/2018/10/sylindar-768x461-1-300x180.jpg)
/kanak/media/post_attachments/wp-content/uploads/2018/10/05LPG-gas-l-300x200.jpg)