ଆଦିତ୍ୟ ଦାଶ ଆତ୍ମହତ୍ୟାର ପୂର୍ବଦିନରେ ଘଟିଥିଲା କଣ? କନକ ନ୍ୟୁଜରେ ଗୁମର ଖୋଲିଲେ ବିଦ୍ୟାଶ୍ରୀ । ସହଯୋଗୀ ପପୁଙ୍କୁ ଟଙ୍କା ଦେବାକୁ ନେଇ ଖୁବ ମାନସିକ ଚାପରେ ଥିଲେ ଆଦିତ୍ୟ, ସକାଳେ ଖାଇବାକୁ କରିଦେଇଥିଲେ ମନା, ସେପଟେ ସହଯୋଗୀ ବି ରଖିଲେ ବୟାନ ।

1,716

କନକ ବ୍ୟୁରୋ: ଓଡିଶାରେ କରୋନା ସଂକ୍ରମଣ ଆଜି ରେକର୍ଡ କରିଛି । ୭୫୫ ଜଣ ପଜିଟିଭ ଆସିଛନ୍ତି । ସେପଟେ ରେକର୍ଡ ସଂଖ୍ୟାରେ ୫୬୫ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ଏ ସଂପର୍କୀତ ରିପୋର୍ଟ ଉପରେ ନଜର ପକାଇବା, ହେଲେ ତା ପୂର୍ବରୁ ନଜର ପକାନ୍ତୁ, ସେହି ଆଦିତ୍ୟ ଦାସ ଆତ୍ମହତ୍ୟା ରହସ୍ୟମୟ କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଆତ୍ମହତ୍ୟାର ଠିକ୍ ପୂର୍ବଦିନ କଣ ଘଟିଥିଲା । ଆଦିତ୍ୟ ଖୁବ୍ ମାନସିକ ଚାପରେ ଥିଲେ । ଏପରିକି ସକାଳେ ଖାଇବାକୁ ମନା କରି ଦେଇଥିଲେ । ତାଙ୍କ ମୋବାଇଲ୍କୁ ଏକ ମେସେଜ ଆସିଥିଲା । ଆଉ ସେ ମେସେଜକୁ ପଢିଥିଲେ ତାଙ୍କ ପତ୍ନୀ ।

ଆତ୍ମହତ୍ୟା ପୂର୍ବ ଦିନର କଥା
ମୋବାଇଲ୍ରେ କ’ଣ ମେସେଜ ଆସିଥିଲା?
ମୋବାଇଲର ହ୍ୱାଟ୍ସ ଆପରେ ପପୁର ମେସେଜ ଥିଲା । ପପୁ ଚାହୁଁଥିଲେ, ଭଉଣୀ ବାହାଘର ପାଇଁ ଆଦିତ୍ୟ ତାଙ୍କୁ ଆଶ୍ରମର ଫଣ୍ଡରୁ ୭୦ ହଜାର ଟଙ୍କା ଦିଅନ୍ତୁ ।

ଏହି ମେସେଜ ଆଦାନ ପ୍ରଦାନ ପରେ ଭାରାକ୍ରାନ୍ତ ହୋଇ ଶୋଇ ପଡିଥିଲେ ଆଦିତ୍ୟ । କିନ୍ତୁ ପରଦିନ ପତ୍ନୀ ପ୍ରଶ୍ନ ଉଠାଇଥିଲେ, କେଉଁଠାରୁ ଆଣି ୭୦ ହଜାର ଟଙ୍କା ଦେବ ।

ବିଦ୍ୟାଶ୍ରୀ ଏହି ପ୍ରଶ୍ନ ଉଠାଇବାର କାରଣ ଥିଲା, ସେ ଥରେ ଆଦିତ୍ୟଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ, କିନ୍ତୁ ଆଦିତ୍ୟ କହିଥିଲେ ଆଶ୍ରମ ଫଣ୍ଡରେ ହାତ ମାରିବାର ପ୍ରଶ୍ନ ଉଠୁନାହିଁ । ଲୋକଙ୍କ ଦାନରେ ଏହି ଫଣ୍ଡ କରାଯାଇଥିଲା । ଆଦିତ୍ୟ ଏଥିରୁ ବ୍ୟକ୍ତିଗତ କାରଣ ପାଇଁ କେବେ ଟଙ୍କା ଉଠାଇବାକୁ ଚାହୁଁନଥିଲେ । ଏହି ଟଙ୍କାରେ ଆଶ୍ରମ ପାଇଁ ଏକ ଜମି କିଣିବାକୁ ଚାହୁଁଥିଲେ ଆଦିତ୍ୟ । କିନ୍ତୁ ପପୁ ଏହି ଟଙ୍କାରୁ ୭୦ ହଜାର ଟଙ୍କା ନେବାକୁ ଚାହୁଁଥିଲେ ।

କିନ୍ତୁ ବାହାଘର ବେଳେ ବାଧ୍ୟ ହୋଇ ଆଦିତ୍ୟ ନିଜେ ୫୦ ହଜାର ଟଙ୍କା ଏହି ଫଣ୍ଡରୁ ନେଇଥିଲେ । ଏକଥା କେବଳ ଟ୍ରେଜରର ପପୁ ଜାଣିଥିଲେ । ଆଉ ଏବେ ପପୁକୁ ଟଙ୍କା ନଦେଲେ ନିଜେ ୫୦ ହଜାର ନେବା କଥା ପ୍ରଚାର କରିଦେବେ ବୋଲି ଆଦିତ୍ୟଙ୍କ ମନରେ ଭୟ ଥିଲା । ଏବଂ ଏହା ତାଙ୍କ ମର୍ଯ୍ୟାଦାରେ ଆଂଚ ଆଣିବ ବୋଲି ଦୁଃଖି ହୋଇଯାଇଥିଲେ ।

ଆଉ ଆଦିତ୍ୟଙ୍କ ମନରେ ଏଇ ଭୟ ବି ଥିଲା ଯେ, ପପୁ ଟଙ୍କା ନେଇ ଫେରାଇ ପାରିବେ ନାହିଁ । ପପୁ ଯିଏ କି ଆଶ୍ରମ ଫଣ୍ଡର ଟ୍ରେଜରର । ପପୁଙ୍କ କହିବା କଥା ହେଉଛି, ୭୦ ହଜାର ଟଙ୍କାର ଚାପ ଏକ ଛୋଟ କାରଣ । ଯାହା ପାଇଁ ଜଣେ ଆତ୍ମହତ୍ୟା କରିପାରିବ ନାହିଁ ।

ଆଉ ଜଣେ ହେଉଛନ୍ତି ବିକାଶ । ଯିଏ ପ୍ରଥମେ ଡାଏରୀ ପାଇଥିଲେ ଏବଂ ଯାହା ହାତରେ ଆଶ୍ରମର ଦାୟିତ୍ୱ ଛାଡୁଛନ୍ତି ବୋଲି ସେହି ଚର୍ଚ୍ଚିତ ସୁଇସାଇଡ୍ ନୋଟରେ ଲେଖା ଯାଇଛି ।

ସୋସିଆଲ ମିଡିଆରେ ଖୁସିର ସୂତ୍ର କହୁଥିବା ଏହି ସମାଜସେବୀଙ୍କ ପାଇଁ ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ବୋଧ ହୁଏ ବହୁତ ଗୁରୁତ୍ୱ ରଖୁଥିଲା । ଏଥିରେ କୌଣସି ଆଂଚ ଆଣିବାକୁ ଚାହୁଁ ନଥିଲେ ଆଦିତ୍ୟ । ତେବେ ଆତ୍ମହତ୍ୟା ପଛରେ ପ୍ରକୃତରେ କଣ କାରଣ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ।