କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି । ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୫୧୬୭ଟି ଭୋଟରେ ଆଗରେ ରହିଛନ୍ତି । ୧୧ତମ ରାଉଣ୍ଡରେ ରୀତା ୫୧୯୪ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨୭୬୬ଟି ଭୋଟ ହାତେଇଛନ୍ତି । କଂଗ୍ରେସର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ୧୧ତମ ରାଉଣ୍ଡରେ ମୋଟ ୧୯୨ଟି ଭୋଟ ପାଇଛନ୍ତି । ନୋଟା ବିକଳ୍ପରେ ୮୦ଟି ଭୋଟ ପଡିଥିବା ସୂଚନା ମିଳିଛି ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ୫୯୨୯୮ଟି ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିକୁ ମିଳିଛି ୩୪୧୩୨ଟି ଭୋଟ । ସେହିଭଳି କଂଗ୍ରେସ ମୋଟ ୨୯୮୦ ଭୋଟ ପାଇବାକୁ ସକ୍ଷମ ହୋଇଛି । ଏହାଛଡା ନୋଟାରେ ୯୨୯ଟି ଭୋଟ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/06-7.jpg)