କନକ ବ୍ୟୁରୋ : ପାଳନ ହେଉଛି ଷଣ୍ଢର ଏକଦଶାହ । କଥାଟି ବିଶ୍ୱାସ ହେଉନଥିଲେ ବି ସତ । ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳର ଡିଫେନ୍ସ କଲୋନୀରେ ଷଣ୍ଢର ଏକଦଶାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଛି । ଷଣ୍ଡର ଶୁଦ୍ଧିକ୍ରିୟାରେ ବହୁ ଲୋକଙ୍କ ସହ କିଛି ଷଣ୍ଡ ଯୋଗଦେବେ ବୋଲି ସୂଚନା ରହିଛି ।
ମଣିଷର ଶୁଦ୍ଧିକ୍ରିୟା ଭଳି ରାଜଧାନୀରେ ଷଣ୍ଢର ଏଭଳି ଶୁଦ୍ଧିକ୍ରିୟାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । କାର୍ଯ୍ୟକ୍ରମରେ ନାମ ସଙ୍କିର୍ତ୍ତନ ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/hdhdh-4.jpg)