ହୋଟେଲରେ ବଳୁଥିବା ସାବୁନକୁ ଏକାଠି କରି ଅନାଥ ପିଲାଙ୍କୁ ସ୍ୱଚ୍ଛତା ଆଡକୁ ନେଉଛି ଏହି ଏନଜିଓ ! ଶୁଣିଲେ ଆପଣ ମଧ୍ୟ ବାଃ ବାଃ କରି ଉଠିବେ ।

212

ଗାଧୋଇବାବେଳେ ସାବୁନ୍ ଯେତେବେଳେ ପତଳା ହୋଇଯାଏ ତେବେ ଆପଣ କ’ଣ କରନ୍ତି ? ହୋଟେଲରେ ରହଣୀ ସମୟରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଯେଉଁ ସାବୁନ୍ ଆପଣ ବ୍ୟବହାର କରନ୍ତି ଏହାପରେ ସେ ସାବୁନର ହୁଏ କ’ଣ ? ଆପଣଙ୍କ ଉତ୍ତର ଡଷ୍ଟବିନ୍ କୁ ଚାଲିଯାଏ , ପାଣିରେ ବହିଯାଏ ଆଦି ହୋଇପାରେ । ଏହା ସତ ମଧ୍ୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଶୁଣିଲେ ଆପଣଙ୍କ ମୁହଁରେ ମଧ୍ୟ ସ୍ମିତହାସ୍ୟ ଆସିଯିବ । ଯଦି ଆମେ ଆପଣଙ୍କୁ କହୁ ଯେ ଏହି ସାବୁନରୁ କିଛି ମହିଳା ଲକ୍ଷ ଲକ୍ଷ ପିଲାଙ୍କୁ ରୋଗରୁ ମୁକ୍ତ କରାଉଛନ୍ତି । ତେବେ କିଭଳି ଲାଗିବ ଆପଣଙ୍କୁ ? ମୁମ୍ବାଇରେ ଏକ ସୁନ୍ଦର ନାମକ ଏନଜିଓ ରହିଛି । ଏରୀନ୍ ଜୋକିସ୍ ଏହି ଏନଜିଓର ଫାଉଣ୍ଡର ଅଟନ୍ତି । ଭାରତ,ୟୁଗାଣ୍ଡା ଏବଂ ମିୟାଁମାରରେ ଏହି ଲୋକମାନେ କାମ କରନ୍ତି ।

ଏମାନଙ୍କ କାମ କ’ଣ?

ଏହି ଲୋକମାନେ ଛୋଟବଡ ହୋଟେଲ ସହ କଥାବାର୍ତ୍ତା କରି ହୋଟେଲରୁ ବାହାରୁଥିବା ପତଳା ସାବୁନକୁ ଆଣିଥାନ୍ତି । ଏବଂ ଏହାପରେ ଏହାର ପ୍ରୋସେସ୍ ଆରମ୍ଭ ହୋଇଥାଏ । ଏହି ସାବୁନର ଉପରେ କ୍ଲୋରିନ୍ ପାଣି ପକାଇ ଉପରପରସ୍ତକୁ ବାହାର କରାଯାଏ । ଏହାପରେ ଏହି ସାବୁନକୁ ଛୋଟ ଛୋଟ ଟୁକୁଡା କରାଯାଏ । ଏହା ପରେ ଏହି ସାବୁନକୁ ଡିସଇଫେକ୍ଟ କରାଯାଏ ଯାହାଦ୍ୱାରା କୌଣସି ପୁରୁଣା ଗନ୍ଧିଆ ବାହାରିଯାଏ । ଏହାପରେ ଏହି ସାବୁନର ମିକ୍ସରକୁ ମେସିନ୍ ରେ ପକାଇ କମ୍ପ୍ରେସ୍ ରେ ସାବୁନ୍ ପ୍ୟାକ୍ କରାଯାଇ ଗରିବ ଲୋକଙ୍କୁ ଏବଂ ଅନାଥାଳାୟରେ ବାଣ୍ଟି ଦିଆଯାଏ ।

ସୁନ୍ଦର ଫଣ୍ଡ ଅର୍ଗନାଇଜେସନ୍ ଆରମ୍ଭ କରିବାର କାହାଣୀ କୁହନ୍ତି ଏରିନ୍ । ସିନେମା “ସ୍ଲମଡଗ୍ ମିଲେନିୟମ୍” ଦେଖି ତାଙ୍କୁ ଭାରତ ଆସିବାକୁ ଇଚ୍ଛା ହେଲା ଏବଂ ସେ ଯେତେବେଳେ ଭାରତ ଆସିଲେ ପୁନଶ୍ଚ ଫେରିବାକୁ ମନ ବଳାଇଲେନାହିଁ । ସେ ଯେତେବେଳେ ପିଲାଙ୍କ ଠାରେ ବ୍ୟକ୍ତିଗତ ସ୍ୱଚ୍ଛତାକୁ ନେଇ ସଚେତନତା ନଥିବା କଥା ଲକ୍ଷ କଲେ ଏବଂ ପିଲାଙ୍କ ମଧ୍ୟରେ ବଢୁଥିବା ନିମୋନିଆ ଏବଂ ଡାଇରିଆକୁ ଲକ୍ଷ୍ୟ କଲେ ସେତେବେଳେ ସେ ଏଥିପାଇଁ କିଛି କରିବାକୁ ମନସ୍ଥ କଲେ ।

ସାବୁନ୍ ଭଳି ନିତିଦିନିଆ ସାମଗ୍ରୀ ମଧ୍ୟ ଆଜିବି କିଛି ଲୋକଙ୍କ ପାଇଁ ସଂପତ୍ତିଠାରୁ କମ୍ ନୁହଁ । ଏହାପରେ ସେ ବିଭିନ୍ନ ହୋଟେଲ୍ ସହ କଥାବାର୍ତ୍ତା କରି ଏଭଳି କାର୍ଯ୍ୟ କରିବା ଆରମ୍ଭ କଲେ । ଏହି ଏନଜିଓର ମେନୁଫ୍ୟାକ୍ସରିଙ୍ଗ୍ ଏବଂ ରିସାଇକେଲିଙ୍ଗ୍ ବିଭାଗରେ କେବଳ ମହିଳା ମାନେ ହିଁ କାମ କରନ୍ତି । ସାବୁନ୍ ପ୍ରସ୍ତୁତ କରି ରୋଜଗାର କରିବା ସହ ବାଣ୍ଟିଥାନ୍ତି । ଏହି ମହିଳାମାନଙ୍କୁ ହାଇଜିନ୍ ଏଞ୍ଜେଲ୍ ତଥା ପରୀ ମଧ୍ୟ କୁହାଯାଏ ।