ପ୍ରତିବର୍ଷ ଭାରତରେ ହୃଦରୋଗରେ ୧.୭ ମିଲିୟନ୍ ଅର୍ଥାତ୍ ୧୭ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଇତି ମଧ୍ୟରେ ଏକ ଚକିତ କରିଦେଲା ଭଳି ଭିଡିଓ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ,୯୫ ପ୍ରତିଶତ ଲୋକ ଯାହାଙ୍କ କାନ ସଫା ନଥାଏ ଅର୍ଥାତ୍ କାନ ରୋଗ ଥାଏ ଏହି ଲୋକମାନଙ୍କ କ୍ଷେତ୍ରରେ ହ୍ୃଦରୋଗ ଭଳି ସମସ୍ୟା ଦେଖାଯାଏ । ମୁମ୍ବାଇର ଜଣେ ଡାକ୍ତର ହିମ୍ମତରାଓ ବାବସ୍କର ୮୮୮ ରୋଗୀଙ୍କ ପ୍ରତି ଗବେଷଣା କରିଥିଲେ,ଯେଉଁମାନେ ମଧୂମେହ ଏବଂ ଉକ୍ତ ରକ୍ତଚାପ ରୋଗରେ ପୀଡିତ ଥିଲେ । ଏହି ଗବେଷଣାରୁ ସେ ଜାଣିବାକୁ ପାଇଲେ ଯେ ୯୫ ପ୍ରତିଶତ ଲୋକ (୫୦୮ ଜଣ) ରୋଗୀଙ୍କ କାନରେ ମଇଳା ଜମାଟ ବାନ୍ଧି ହୋଇଥିଲା ଏବଂ ସେମାନଙ୍କ କ୍ଷେତ୍ରରେ ହୃଦରୋଗ ମଧ୍ୟ ଚିହ୍ନଟ କରାଯାଇଥିଲା । ତେବେ ୬୦ ବର୍ଷରୁ ଉଦ୍ଧ୍ୱର୍ ରୋଗୀଙ୍କ କାନରେ ମଇଳା ରହିବା ଏକ ସାଧାରଣ କଥା ଏବଂ ଏହି ବର୍ଗର ଲୋକଙ୍କୁ ହୃଦରୋଗ ମଧ୍ୟ ହୋଇଥାଏ । ଏହି ସମସ୍ୟା ଏଭଳି ସାଧାରଣ ହୋଇଗଲାଣି ଯେ ପ୍ରତିଘରେ ଏବେ ଜଣେ ହୃଦରୋଗରେ ପୀଡିତ ଥିବା ସଦସ୍ୟ ସୁନିଶ୍ଚିତ ।
ହୃଦରୋଗର ଲକ୍ଷଣ :
୧. ଅଚାନକ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ।
୨. ଆପଣଙ୍କ ହାତ, ଅଣ୍ଟା, ବେକ, ଥୋଡି ଏବଂ ପେଟରେ ଯନ୍ତ୍ରଣା ଏବଂ ଛଟପଟ ହେଲା ଭଳି ଅନୁଭୁତ ହେବା ।
୩. ନିଶ୍ୱାସ ନେବାରେ ଅସୁବିଧା ଉପୁଜିବା,ଥଣ୍ଡା ଝାଳ ବୋହିବା,ମୁଣ୍ଡ ବୁଲାଇବା ଭଳି ଲାଗିବା ବି ହୃଦୟରୋଗରେ ଏକ କାରଣ ହୋଇଥାଏ ।
୪. ଲଗାତାର ନିଶ୍ୱାସ ଗଲା ଭଳି ଅସୁବିଧାର ସମ୍ମୁଖିନ ହେବା । ଏହା ହୃଦୟ ସମସ୍ୟାର ଏକ ଲକ୍ଷଣ ହୋଇପାରେ ।
ହୃଦରୋଗର କାରଣ :
ହୃଦରୋଗର ଅନେକ ଗୁଡିଏ କାରଣ ହୋଇପାରେ । ଯେଉଁଥିରେ କୋଲେଷ୍ଟ୍ରୋଲ୍ ବଢିବା,ଧୂମପାନ,ମଦ୍ୟପାନ କରିବା,ଚିନ୍ତାଗ୍ରସ୍ତ ହେବା,ମେଦବହୁଳତା ଏବଂ ଉକ୍ତ ରକ୍ତଚାପ ମଧ୍ୟ ସାମିଲ ଅଛି ।
ଏଭଳି ଉପାୟରେ ହୃଦୟର ରଖନ୍ତୁ ଧ୍ୟାନ :
୧. ହୃଦରୋଗରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ନିଜ ଦୈନଚର୍ଯ୍ୟା ତଥା ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା । ମୌସୁମୀ ଫଳ ଏବଂ ତଟକା ପରିବା(ସତେଜ ବା ସିଝା ପରିବା),ରୁଟି କିମ୍ବା ବ୍ରେଡ୍,ସାଲାଡ୍,ପରିବା ସୁପ୍,ଚହ୍ଲା,ଛେନା,କମ୍ ଗରମର ତାଜା ଦୁଗ୍ଧ ଏବଂ ଘିଅ ଆଦିର ସେବନ କରନ୍ତୁ ।
୨. ଏହାଛଡା ଅଁଳା ମଧ୍ୟ ହୃଦରୋଗ ପାଇଁ ମହୋଷଧି ସାବ୍ୟସ୍ତ ହୋଇଥାଏ । ଏହାକୁ ଆପଣ ତାଜା ଖାଇପାରିବେ କିମ୍ବା ପାଉଡର ଓ ଜୁସ୍ ମାଧ୍ୟମରେ ବି ପିଇପାରିବେ ।
୩. ସପ୍ତାହରେ ଦୁଇ ରୁ ତିନିଥର ମୁଣ୍ଡରେ ତେଲ ମାଲିସ୍ କରନ୍ତୁ । ଏହା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ ଏବଂ ଅନେକ ରୋଗରୁ ଉପସମ ମଧ୍ୟ ମିଳିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Earwax-removal-Five-signs-your-ears-are-blocked-779048.jpg)
/kanak/media/post_attachments/wp-content/uploads/2018/09/16_09_2018-ear-crease_18432324-300x249.jpg)
/kanak/media/post_attachments/wp-content/uploads/2018/09/heart-attacks-are-a-serious-form-of-heart-disease-with-many-different-causes-300x200.jpg)
/kanak/media/post_attachments/wp-content/uploads/2018/09/Fill_up_your_health_with_colorful_fruits_and_vegetables-300x150.jpg)