ଏବେ ବି ବଞ୍ଚିଛି ମଣିଷପଣିଆ ! ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍ କୁ ମାଲିକକୁ ଫେରାଇଲେ ଅଳିଆସଫା କରୁଥିବା ଏହି ବ୍ୟକ୍ତି ।

406

ଟଙ୍କାକୁ କାହାର ଲୋଭ ନାହିଁ । ପରିବାର ପୋଷଣ ଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ପ୍ରମୁଖ ରୋଲ୍ ନିଭାଉଥିବା ଟଙ୍କା ପାଇଁ ଭାଇ ଭାଇକୁ ହତ୍ୟା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ସଚ୍ଚୋଟପଣିଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ହେଉଛି ଥାନେର । ଥାନେ ରେଲୱେ ଷ୍ଟେସନରେ ଅଳିଆସଫା କରୁଥିବା ବିଶ୍ୱଜିତ୍ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଏକ ପର୍ସ ମିଳିଥିଲା ଏବଂ ଏହି ବ୍ୟକ୍ତିିଜଣକ ଲୋଭର ଶିକାର ନହୋଇ ଷ୍ଟେସନ୍ ମାଷ୍ଟରଙ୍କୁ ପର୍ସ ଦେଇଥିଲେ ।

ଘଟଣାଟି କିଛି ଏଭଳି ବୁଧବାର ବିଶ୍ୱଜିତ୍ ଗୁପ୍ତାଙ୍କୁ ଏକ ମହିଳା ପର୍ସ ମିଳିଥିଲା । ଯେଉଁଥିରେ କ୍ରେଡିଟ୍ , ଡେବିଟ୍ କାର୍ଡ ସହ ୧୬ ଟି ୨୦୦୦ ଟଙ୍କିଆ ନୋଟ୍ ଥିଲା । ବିଶ୍ୱଜିତ୍ ସେଠାରେ ନିଜର ସଚ୍ଚୋଟତା ଏବଂ ମଣିଷପଣିଆ ଦେଖାଇ ଷ୍ଟେସନ ମାଷ୍ଟରଙ୍କୁ ଏହି ପର୍ସଟି ଦେଇଥିଲେ । ଏହାପରେ ଷ୍ଟେସନ୍ ମାଷ୍ଟର ଜଣକ ମହିଳାଙ୍କ କାର୍ଡ ସହାୟତାରେ ତାଙ୍କ ପାଖକୁ ପର୍ସ ଟି ଫେରାଇଥିଲେ ।