ବ୍ୟାୟାମ କରିବାକୁ ସମୟ ପାଉନଥିଲେ ଏଭଳି କିଛି ଟ୍ରିକ୍ ଆପଣାଇ ମୋଟାପଣକୁ କୁହନ୍ତୁ ବାଏ ବାଏ !

Advertisment
ବ୍ୟାୟାମ କରିବାକୁ ସମୟ ପାଉନଥିଲେ ଏଭଳି କିଛି ଟ୍ରିକ୍ ଆପଣାଇ ମୋଟାପଣକୁ କୁହନ୍ତୁ ବାଏ ବାଏ !

image courtesy - Shrink Slimming

ଅଧିକାଂଶ ଲୋକ ଡାଇଟିଂ, ବ୍ୟାୟାମ, ଯୋଗ ଆଦି କରି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖି ଥାଆନ୍ତି। ତେବେ କିଛି ଲୋକ ସମୟ ଅଭାବରୁ ବ୍ୟାୟାମ କରିପାରି ନଥାନ୍ତି । ତେବେ କେବଳ ବ୍ୟାୟାମ ନୁହଁ ଏହି ସବୁ ବ୍ୟତୀତ ଆକ୍ୟୁପ୍ରେସର ଉପାୟକୁ ଆପଣାଇ ବି ଆପଣ ସହଜରେ ଓଜନ ହ୍ରାସ କରି ପାରିବେ। ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗର କେଉଁ ସ୍ଥାନକୁ ଦବାଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। publive-image* କାନ ପାଖରେ ଥିବା ତ୍ରିକୋଣୀୟ ସ୍ଥାନକୁ ପ୍ରତିଦିନ ୪ମିନିଟ୍ ପର୍ୟ୍ୟନ୍ତ ଦବାଇ ରଖନ୍ତୁ। ଏପରି କରିବା ଦ୍ୱାରା ଭୋକ ଉପରେ ନିୟନ୍ତ୍ରଣ ରହିଥାଏ ଓ ଖୁବ୍ ଶୀଘ୍ର ଓଜନ ହ୍ରାସ ପାଇଥାଏ।

* ଆଣ୍ଠୁର ତଳ ପାର୍ଶ୍ୱକୁ ଆଙ୍ଗୁଳିରେ ଜୋରରେ ଏକ ମିନିଟ୍ ପ୍ରତିଦିନ ପର୍ୟ୍ୟନ୍ତ ଦବାନ୍ତୁ। ଏପରି କଲେ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଖାଦ୍ୟ ଭଲରେ ହଜମ ହୋଇଥାଏ। ଓଜନ ବୃଦ୍ଧି ହୋଇ ନଥାଏ।

* ପାପୁଲିର ମଝି ଅଂଶକୁ ଆଙ୍ଗୁଠି ଦ୍ୱାରା ପ୍ରେସର ଦିଅନ୍ତୁ। ଏପରି କରିବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।

* ନାଭିର ବାମ ଓ ଡାହାଣ ପାର୍ଶ୍ୱରେ ଆଙ୍ଗୁଳି ସାହାଯ୍ୟରେ ଦବାନ୍ତୁ। ଚିତ୍ର ଦେଖି ଜାଣି ପାରୁଥିବେ। ପ୍ରତିଦିନ ନାଭିର ଦୁଇ ପାର୍ଶ୍ୱକୁ ଦବାଇବା ଦ୍ୱାରା ଶରୀର ଓଜନ ନିୟନ୍ତ୍ରଣ ରହିଥାଏ।

* କହୁଣୀ ପାଖରେ ୫ମିନିଟ୍ ପର୍ୟ୍ୟନ୍ତ ବୃଦ୍ଧା ଆଙ୍ଗୁଳିରେ ଦବାନ୍ତୁ, ଏଭଳି ଦୁଇଟି ହାତରେ କରି ପାରିବେ। ଏହା ଓଜନ ହ୍ରାସରେ ବହୁ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe