ବିଠୁର ଥାନାରେ ପୁଲିସ ଜଣେ ହତ୍ୟାକାରୀକୁ ଦୋଷ ସ୍ୱୀକାର ପାଇଁ ପଚରାଉଚରା କରୁଥିବା ସମୟରେ ଥାର୍ଡ ଡିଗ୍ରୀ ଟର୍ଚର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସଛି। ହତ୍ୟାକାରୀକୁ ନିସ୍ତୁକମାଡ ମାରିବା ପରେ ପୁଲିସ ତାର ସମ୍ଭେଦନଶୀଳ ଅଙ୍ଗରେ ପଟ୍ରୋଲ ଢ଼ାଳି ଦେଇଥିଲା। ଏହାପରେ କରେଣ୍ଟ ଲାଗିବା ହେତୁ ପେଟ୍ରୋଲ ନିଆଁକୁ ଧରି ନେଇଥିଲା। ଏଥିରେ ଅଭିଯୁକ୍ତ ଅବସ୍ଥା ଦେଖି ପୁଲିସ ସଙ୍ଗେସଙ୍ଗେ ତାକୁ ନେଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା। ପୁଲିସ ପ୍ରଥମେ ଏହାକୁ ଅସ୍ୱୀକାର କରୁଥିବା ବେଳେ ପରେ ଏସଏସପି ଅନ୍ତନ୍ତ ଦେବ ଏସଓଙ୍କୁ ନିଲମ୍ବନ କରିଥିଲେ।
ସୂଚନାଯୋଗ୍ୟ, କିଛିଦିନ ତଳେ ବିଠୁର କ୍ଷେତ୍ରରେ ଭିଡେୟା ଗ୍ରାମର ନିର୍ମଳର ହତ୍ୟା କରିବା ପରେ ମୃତଦେହକୁ ରେଳବାଇ ଟ୍ରାକରେ ସୋନୁ ଫିଙ୍ଗି ଦେଇଥିଲା। ଏହି ହତ୍ୟା ଘଟଣାର ପୁଲିସର ତଦନ୍ତ କରିବା ପରେ ସୋମବାରକୁ ଉନ୍ନାବରୁ ସୋନୁକୁ ଗିରଫ କରିଥିଲ। ଅଭିଯାଗ ହୋଇଛି କି, ମଙ୍ଗଳବାର ମଧ୍ୟରାତିରେ ପୁଲିସ ହତ୍ୟାକାରୀ ସୋନୁକୁ ନିଜ ଦୋଷ ସ୍ୱୀକାର କରାଇବା ପାଇଁ ନିସ୍ତୁକମାଡ ମାରିଥିଲା। ଏହାପରେ ତାକୁ ନିବସ୍ତ୍ର କରି ତାର ସମ୍ଭେଦନଶୀଳ ଅଙ୍ଗରେ ପେଟ୍ରୋଲ ଢ଼ାଳି କରେଣ୍ଟ ଲଗାଇ ଦେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Electric-Shock.jpg)
/kanak/media/post_attachments/wp-content/uploads/2019/04/badaun-620x400-300x194.jpg)