ମାସିକ ଧର୍ମରେ ଅନିୟମିତତା ହେଉଥିଲେ ଘରୋଇ ଉପାୟରେ ଏହାର ସମାଧାନ କରନ୍ତୁ !

91

ମହିଳାମାନଙ୍କୁ ୩-୪ଦିନ ପର୍ୟ୍ୟନ୍ତ ମାସିକ ଧର୍ମ କଷ୍ଟକୁ ସହିବାକୁ ପଡ଼ିଥାଏ । ସାଧାରଣତଃ ୨୧ଦିନ ପରେ ମହିଳାମାନଙ୍କର ମାସିକଧର୍ମ ହୋଇଥାଏ । କିନ୍ତୁ ବେଳେ ବେଳେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାଫଳରେ ମାସିକଧର୍ମ ହେବାରେ ବିଳମ୍ବ ହୋଇଥାଏ । ବିଶେଷ କରି ଠିକ୍ ସମୟରେ ନଖାଇବା, ଠିକ୍ ସମୟରେ ନ ଶୋଇବା, ଚିନ୍ତାଗ୍ରସ୍ତ ରହିବା ଇତ୍ୟାଦି ମାସିକ ଧର୍ମ ବିଳମ୍ବ ହେବାର କାରଣ ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ପ୍ରତି ଦିନର ଖାଦ୍ୟରେ ଏହି ସବୁ ଜିନିଷକୁ ମିଶାଇ ଖାଇବା ଆରମ୍ଭ କରନ୍ତୁ ।୧.ଯଦି ଆପଣଙ୍କ ଠିକ୍ ସମୟରେ ମାସିକଧର୍ମ ହେଉ ନାହିଁ, ତେବେ ଆଜିଠାରୁ କଞ୍ଚା ଅମୃତଭଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲ୍ସିୟମ, ଭିଟାମିନ୍ ଇ ଏବଂ ଆଇରନ ରହିଥାଏ, ଯାହା ମାସିକଧର୍ମ ସହ ଜଡ଼ିତ ସବୁ ପ୍ରକାରର ସମସ୍ୟାକୁ ଦୂର କରିଥାଏ । ଯେଉଁ ତାରିଖରେ ଆପଣଙ୍କ ମାସିକଧର୍ମ ହେବାକୁ ଥିବ ତାହାର ଗୋଟେ ଦିନ ପୂର୍ବରୁ ଅମୃତଭଣ୍ଡାକୁ ଦହିରେ ମିଶାଇ ଖାଆନ୍ତୁ ।
୨. ମାସିକଧର୍ମର ସମସ୍ୟା ଦୂର କରିବା ପାଇଁ ବାଦାମ ସହିତ ଖଜୁରୀ ଖାଇବା ଆରମ୍ଭ କରନ୍ତୁ । ରାତିରେ ୪ଟି ବାଦାମ ଏବଂ ୨ଟି ଖଜରୀକୁ ପାଣିରେ ବୁଡ଼ାଇ ରଖି ଦିଅନ୍ତୁ । ସକାଳେ ଏଥିରେ ମିଶ୍ରି ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହା ପରେ ଏହି ମିଶ୍ରଣରେ ଲହୁଣୀ ମିଶାଇ ଖାଆନ୍ତୁ । ଯାହା ଦ୍ୱାରା ଆପଣଙ୍କର ମାସିକଧର୍ମକୁ ନେଇ ହେଉଥିବା ସମସ୍ୟା ଦୂର ହୋଇଯିବ ।୩. ଘିକୁଆଁରୀର ସେବନ ଦ୍ୱାରା ମଧ୍ୟ ମାସିକଧର୍ମକୁ ନେଇ ହେଉଥିବା ସମସ୍ୟା ଦୂର ହୋଇଥାଏ । ସବୁବେଳେ ସକାଳୁ ଉଠି ୫୦ ଗ୍ରାମ ଘିକୁଆଁରୀକୁ ଗୋଟେ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ । ଏହାକୁ ପିଇବାର ଏକ ଘଣ୍ଟା ପୂର୍ବରୁ ବା ଏକ ଘଣ୍ଟା ପର ପର୍ୟ୍ୟନ୍ତ କିଛି ଖାଆନ୍ତୁ ନାହିଁ ।
୪. ଅଙ୍ଗୁର ପାଟିକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଲାଭ ଦାୟକ । ଏହାର ଗୋଟେ ଗ୍ଲାସ ରସକୁ ପିଇବା ଦ୍ୱାରା ମାସିକଧର୍ମ ବିଳମ୍ବ ହେଉଥିବା ସମସ୍ୟା ଦୂର ହୋଇଥାଏ ।