ପେଟର ଭୋକ ମେଣ୍ଟାଇବା ପାଇଁ ଦରିଦ୍ରତା ସମସ୍ତଙ୍କୁ କିଛି ନା କିଛି ବାଟ ଦେଖାଇଥାଏ । ଆଜିର ସମୟରେ କେଉଁଠି କନ୍ୟାଭ୍ରୁଣ ଭଳି କ୍ରୁରକାମ କରାଯାଉଛି ତ ଆଉ କେଉଁଠି ଝିଅଟିଏ ଜନ୍ମହେବା ପରେ ତା କୋମଳ ଶରୀରର ଟୁକୁଡା କେଉଁ ଡାକ୍ତରଖାନା ପଛପଟେ ଥିବା କୁକୁର ପାଟିରୁ ଦେଖିବାକୁ ମିଳୁଛି । ଯୌତୁକ,ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ଭଳି ଘଟଣା ମଧ୍ୟ କିଛି କମ୍ ନୁହେଁ । କିନ୍ତୁ ସମାଜରେ ଝିଅଙ୍କୁ ପ୍ରତିକ୍ଷେତ୍ରରେ ଅଙ୍କୁଶ ଲଗାଉଥିବା ଲୋକଙ୍କ ପାଇଁ ଏହି ଖବରଟି ଯେ ଏକ ଶକ୍ତ ଜାବୁଡା ହେବ ତାହା ସତ ।
ଖବରଟି ହେଉଛି କୁଶୀନଗରର । ରୋଜଗାରିଆ ବାପାଙ୍କୁ ଯେତେବେଳେ ପାରାଲିସିସ୍ ର ଶିକାର ହେବାକୁ ପଡିଲା । ଘରର ଦୁଇଝିଅ ସମାଜର ଟାହିଟାପରାକୁ ଭ୍ରୁକ୍ଷେପ ନକରି ବାପାଙ୍କ କାମ ଅର୍ଥାତ୍ ସେଲୁନ୍ ରେ କାମ କରିବାକୁ ନିଷ୍ପତ୍ତି ନେଲେ । ରୋଷେଇଶାଳ ଛାଡି ହାତରେ ଖୁର , କଇଁଚି ଧରି ରୋଜଗାର କରିବାକୁ ବାହାରିଲେ । ଯେଉଁ କାରଣରୁ ଘରର ଗୁଜୁରାଣ ମେଣ୍ଟୁଛି । ପ୍ରଥମେ ପ୍ରଥମେ ଟାହିଟାପରା କରୁଥିବା ଏହି ପରିବାରର ଝିଅଙ୍କୁ ଏବେ ପୁରା ଗାଁ ସଲାମ୍ କରୁଛି ।
ବାପାଙ୍କ ଦେହ ଅସୁସ୍ଥ ହେବା ପୂର୍ବରୁ ୧୩ ବର୍ଷର ଝିଅ ଜ୍ୟୋତି ଏବଂ ୧୧ ବର୍ଷର ଝିଅ ନେହା ଦୁହେଁ ସ୍କୁଲରେ ପଢୁଥିଲେ । ୨୦୧୪ ମସିହାରେ ଧ୍ରୁବ ନାରାୟଣଙ୍କୁ ପାରାଲିସିସ୍ ହୋଇଗଲା । ଯେଉଁ କାରଣରୁ ତାଙ୍କ ହାତଗୋଡ ଚଳିବା ବନ୍ଦ ହୋଇଗଲା । ଘରର ଏକମାତ୍ର ରୋଜଗାରିଆ ଲୋକର ଏଭଳି ଅବସ୍ଥାରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଲା । ଘରର ଏଭଳି ଅବସ୍ଥା ଦେଖି ଦୁଇଝିଅ ପାଠ ପଢା ଛାଡି ଦୋକାନ ସମ୍ଭାଳିବାକୁ ନିଷ୍ପତ୍ତି ନେଲେ । ପ୍ରଥମେ ପ୍ରଥମେ ଏହା ବହୁତ କଷ୍ଟକର ହୋଇପଡିଲା କିନ୍ତୁ ପରେ ଏଥିରେ ସମସ୍ତେ ଦୁଇଝିଅଙ୍କୁ ବାଃ ବାଃ ମଧ୍ୟ କଲେ । କିଛି ଦିନ ମଧ୍ୟରେ ବାପାଙ୍କ ଛୋଟ ଦୋକାନଟିକୁ ଦୁଇଭଉଣୀ ମିଶି ସେଲୁନ୍ ର ରୁପ ଦେଲେ ଏବଂ ଦୂର୍ବଳ ଆର୍ଥିକ ଅବସ୍ଥାରୁ ବାହାର କରିଆଣିଲେ । ଗାଁ ଲୋକ ଏବେ ଏହି ଦୁଇଭଉଣୀଙ୍କୁ ଆଶ୍ଚର୍ଯ୍ୟଭରା ଚାହାଣୀରେ ଦେଖୁଛନ୍ତି । ଯେଉଁ ପେସାକୁ କେବେ କେଉଁ ଗାଁ ଝିଅ ଆପଣାଇନାହାନ୍ତି ତାହାକୁ ଦୁଇଭଉଣୀ ଆପଣାଇ ଘର ଖର୍ଚ୍ଚ ଉଠାଇବା କଥା କିଛି କମ୍ ନୁହେଁ । ଏବେ ଦୁଇଭଉଣୀଙ୍କ ରୋଜଗାରରୁ ହିଁ ଘରର ଖର୍ଚ୍ଚ ଚଳୁଛି ତା ସହ ବାପାଙ୍କ ଚିକିତ୍ସା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Spon_Web-750x500.jpg)
/kanak/media/post_attachments/wp-content/uploads/2019/01/x-3-300x210.jpg)
/kanak/media/post_attachments/wp-content/uploads/2019/01/Capture-36-300x222.jpg)