ନିମ୍ନ ରକ୍ତଚାପରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ଟିପ୍ସ ! ରହିବ ନାହିଁ ଜୀବନ ଯିବାର ଭୟ । 

712

ନିମ୍ନ ରକ୍ତଚାପ ଯୋଗୁଁ ଶରୀରରେ ରକ୍ତର ଚାପ କମ୍ ଥାଏ । ଏହି କାରଣରୁ ଶରୀରର ଆବଶ୍ୟକୀୟ ଅଙ୍ଗ ଯାଏଁ ସଂପୂର୍ଣ୍ଣ ରକ୍ତ ପହଞ୍ଚି ପାରି ନଥାଏ । ଏହା ଫଳରେ ଶରୀରର ଅଙ୍ଗକୁ ଉପଯୁକ୍ତ ଢ଼ଙ୍ଗରେ କାମ କରି ପାରିନଥାଏ । ଖାଲି ସେତିକି ନୁହେଁ,ଏଥିପାଇଁ ହୃଦୟ,କିଡ଼ନି ଓ ମସ୍ତିଷ୍କ ଆଂଶିକ ରୂପେ କାମ କରିନଥାଏ । ସାଧାରଣ ରକ୍ତଚାପ ହେଉଛି ୧୨୦/୮୦।

ଶରୀରର ଅଙ୍ଗରେ ରକ୍ତ ପ୍ରବାହ ଜନିତ ସମସ୍ୟା ଦେଖା ଦେଲେ ମୁଣ୍ଡ ବିନ୍ଧା ,ଶାରୀରିକ ଦୁର୍ବଳତା ଆଦିର ଲକ୍ଷଣ ପରିଲକ୍ଷିତ ହୁଏ । ରକ୍ତଚାପ ଅସାଧାରଣଭାବେ କମ୍ ହେଲେ ହୃଦୟ ଓ ମସ୍ତିଷ୍କର କାର୍ୟ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ଏଥିରୁ ମୁକ୍ତି ପାଇବା ଲାଗି ଅଗ୍ନିଶକ୍ତି ମୁଦ୍ରାର ପ୍ରୟୋଗ କରିପାରନ୍ତି । ଅଗ୍ନିଶକ୍ତି ମୁଦ୍ରା ଏହାକୁ ସନ୍ତୁଳିତ କରିଥାଏ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

ସୂର୍ୟ୍ୟୋଦୟ ପୂର୍ବରୁ ଏହି ମୁଦ୍ରା କରିଲେ ଅଧିକ କ୍ଷିପ୍ର ଗତିରେ ପ୍ରଭାବ ଦେଖାଇଥାଏ । ଉଭୟ ହାତର ତର୍ଜନି,ମଧ୍ୟମା,ଅନାମିକା ଓ କନିଷ୍ଠା ଆଙ୍ଗୁଳିରେ ମୁଠା ବନାଇ ଦୁଇ ହାତକରି ଆଙ୍ଗୁଳିର ଅଗ୍ରଭାଗକୁ ପରସ୍ପର ସହିତ ମିଶାନ୍ତୁ । ହାତର ପାପୁଲିର ଦିଗ ତଳ ଆଡ଼କୁ ରହିବା ଦରକାର । ପ୍ରତିଦିନ ଧିମା-ଲମ୍ବା ଗଭୀର ଶ୍ୱାସ ନେଇ ୧୫ରୁ ୪୫ ମିନିଟ୍ ଯାଏଁ ଅଗ୍ନିଶକ୍ତି ମୁଦ୍ରା କରିବା ଆବଶ୍ୟକ।