୨୦ ଦିନ ଅଟାରେ ମିଶାଇ ଖାଆନ୍ତୁ ଏହି ଦ୍ରବ୍ୟର ରୁଟି ! ହୃଷ୍ଟପୃଷ୍ଟ ହେବ ଶରୀର,ବଢାଇଦେବ ମସଲ୍ ।

2,317

ପ୍ରତ୍ୟେକଙ୍କ ମନରେ ଇଚ୍ଛା ଥାଏ ଯେ ତାଙ୍କ ଶରୀର କିଭଳି ହୃଷ୍ଟପୃଷ୍ଟ ହେବା ସହ ଅନ୍ୟ ଆଗରେ ଏକ ଭଲ ଇମ୍ପ୍ରେସନ୍ ଦେଖାଇବେ । କିନ୍ତୁ ବାହାରର ଖାଦ୍ୟପେୟ , ଅନିୟମିତତା କାରଣରୁ ଏହି ଇଚ୍ଛା କେବଳ ଇଚ୍ଛାରେ ରହିଯାଏ । କିନ୍ତୁ ଆପଣ ଚାହିଁଲେ କେବଳ ଘରୋଇ ଖାଦ୍ୟରେ ହିଁ ଏହି ଇଚ୍ଛାକୁ ପୁରଣ କରିପାରିବେ । ପ୍ରତିଦିନ ଖାଉଥିବା ରୁଟି ଏଥିପାଇଁ ଆପଣଙ୍କୁ ସହାୟକ ହେବ । କେବଳ ଅଟାରେ ଆପଣଙ୍କୁ ଏକ ଦ୍ରବ୍ୟ ମିଶାଇବାକୁ ପଡିବ ଯାହାଦ୍ୱାରା ଆପଣ ଖାଉଥିବା ରୁଟି ହିଁ ପାଲଟିଯିବ ପ୍ରୋଟିନ୍ ରେ ଭରପୁର ଖାଦ୍ୟ । ତେବେ ଆସନ୍ତୁ ଜାଣିବା ସେହି ଦ୍ରବ୍ୟଟି କ’ଣ ।

ପ୍ରତିଦିନ ଖାଉଥିବା ଅଟାରେ କେବଳ ଚଣାର ଅଟା ମିଶାଇ ଖାଆନ୍ତୁ । ଚଣା ଅଟାରେ ଭରପୁର ପ୍ରୋଟିନ୍ ରହିବା ସହ କାର୍ବୋହାଇଡ୍ରେଟ୍ ମଧ୍ୟ ମହଜୁତ୍ ହୋଇ ରହିଥାଏ । ଯାହା ଆପଣଙ୍କ ଶରୀରର ବିକାଶ କ୍ଷେତ୍ରରେ ଖୁବ୍ ସହାୟକ ହୋଇଥାଏ । ଏହା ସହ ଗହମ ଅଟାରେ ଚଚ୍ଚା ଅଟା ମିଶାଇଦେଲେ ଶରୀରରେ ଫୁର୍ତ୍ତି ଆସିବା ସହ ରୁଟି ସୁଆଦିଆ ମଧ୍ୟ ଲାଗିଥାଏ । ରୁଟିକୁ ଅଧିକ ପୁଷ୍ଟିକର କରିବା ପାଇଁ ୫ କିଲୋ ଗହମ ଅଟାରେ କମ୍ ସେ କମ୍ ୧ କିଲୋ ଚଣା ଅଟା ମିଶାଇ ଖାଆନ୍ତୁ ।