ଆଜିକାଲି ଅନେକ ଲୋକ କୋଷ୍ଠକାଠିନ୍ୟ ସମସ୍ୟାରେ ପଡୁଛନ୍ତି । ଏହାର କାରଣ ହେଉଛି ଅନିୟମିତ ମଳତ୍ୟାଗ ଅଭ୍ୟାସ। କୋଷ୍ଠ ପରିଷ୍କାର ନ ହେବା ବେଳେ ବେଳେ ବହୁ କଷ୍ଟ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଷ୍ଠକାଠିନ୍ୟ କେବଳ ପେଟଜନିତ ବା ଶାରୀରିକ ସମସ୍ୟା ନୁହେଁ, ଏହା ମାନସିକ କାରଣରୁ ମଧ୍ୟ ହୋଇଥାଏ। କୋଷ୍ଠକାଠିନ୍ୟ ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, ଆପେଣ୍ଡିସାଇଟ୍ସ, କ୍ୟାନ୍ସର୍ ଆଦି ଆଡ଼କୁ ବାଟ କାଢ଼ଇଥାଏ।
/kanak/media/post_attachments/wp-content/uploads/2018/09/constipation-herbal1-300x160.jpg)
ପାଣି ଦ୍ୱାରା ଦୂର କରନ୍ତୁ କୋଷ୍ଠକାଠିନ୍ୟ ସମସ୍ୟା :
କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାର ଏକ ବଡ଼ ଉପାୟ ହେଉଛି ପାଣି। ପାଣି ମଳତ୍ୟାଗ ପ୍ରକ୍ରିୟାରେ ସାହାଯ୍ୟ କରେ ଓ ମଳକୁ ନରମ କରିଥାଏ। ଏହି ସମସ୍ୟାରୁ ମୁକୁଳିବା ପାଇଁ ଖୁବ୍ ପାଣି ପିଅନ୍ତୁ। ପାଣିର କମ୍ ପିଇବା ଏହାର ଏକ ବଡ଼ ସମସ୍ୟା।
ଫଳ :
ସେଓ, ନାସପାତି, ଆମ୍ବ, ଡିମିରି, ପିଜୁଳି, ଅଙ୍ଗୁର, କମଳା ଓ ଅମୃତଭଣ୍ଡା ଆଦି ଫଳ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ। ଏହି ସବୁ ଫଳ ପ୍ରାକୃତିକ ରେଚକ ଔଷଧ ଭାବେ କାର୍ୟ୍ୟ କରନ୍ତି ଓ ମଳତ୍ୟାଗ କରିବାରେ ଖୁବ୍ ସାହାଯ୍ୟ କରନ୍ତି। କୋଷ୍ଠକାଠିନ୍ୟ ସମସ୍ୟା ଜଟିଳ ହେଲେ ପ୍ରତିଦିନ ସକଳାକୁ ଅଧିକ ପରିମାଣରେ ଡିମିରିଫଳ ଖାଆନ୍ତୁ।
ଅଳସୀ :
ଯଦି ଆପଣ ପୁରାତନ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ, ତା’ହେଲେ ଏଥିପାଇଁ ଅଳସୀ ଓ ଖସା ହେଉଛି ଖୁବ୍ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପେଟ ଦରଜ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।
ପାଳଙ୍ଗ :
ଯେ କୌଣସି ପ୍ରକାର ହଜମକ୍ରିୟାଜନିତ ସମସ୍ୟାରୁ ପାଳଙ୍ଗ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତା’ହେଲେ ପ୍ରତିଦିନ ଏକ କପ୍ ପାଳଙ୍ଗ ଜୁସ୍ ବା ରସ ପିଅନ୍ତୁ। ଏଥିରେ ବହୁ ପରିମାଣରେ ତନ୍ତୁ, ଭିଟାମିନ୍ ସି ଓ ଭିଟାମିନ୍ କେ ରହିଛି, ଯାହା ଅତି ସହଜରେ ମଳକୁ ବାହାର କରିଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/13-Best-Home-Remedies-To-Cure-Constipation-3.jpg)