ସରକାର ପ୍ରତ୍ୟେକ ଗ୍ରାହକଙ୍କୁ ସବସିଡିର ଟଙ୍କା ଦେଇଥାନ୍ତି । ଯାହା ସିଧାସଳଖ ଆମର ଦିଆଯାଇଥିବା ଆକାଉଣ୍ଟରେ କିଛି ଦିନ ପରେ ଆସିଯାଇଥାଏ । କିନ୍ତୁ ଏଭଳି ଅନେକ ଗ୍ରାହକ ଅଛନ୍ତି ଯାହାଙ୍କୁ ଏ ବିଷୟରେ ଜ୍ଞାତ ହିଁ ନାହିଁ କି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି କି ନାହିଁ । ଯେଉଁ ଗ୍ରାହକଙ୍କୁ ପାଖକୁ ଏହି ଟଙ୍କା ଆସୁଛି ତାହା କେଉଁ ଆକାଉଣ୍ଟକୁ ଆସୁଛି ? ଏହି କାରଣରୁ କିଛି ଗ୍ରାହକଙ୍କ ସବସିଡି ମଧ୍ୟ ମିିଳିନଥାଏ । ତେବେ ଏଭଳି ଗ୍ରାହକ ନିଜ ମୋବାଇଲ୍ ଫୋନରେ ମଧ୍ୟ ଏଲପିଜି ସିଲିଣ୍ଡରରେ ମିଳୁଥିବା ସବସିଡିକୁ ଅନଲାଇନ୍ ଚେକ୍ କରି ଦେଖିପାରିବେ ।
୧ . ସର୍ବପ୍ରଥମେ ନିଜ ମୋବାଇଲରେ http://www.mylpg.in ୱେବସାଇଟକୁ ଖୋଲନ୍ତୁ ।
୨ . ଏହାପରେ ଆପଣ ଯେଉଁ କମ୍ପାନୀର ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହାର ଫଟୋ ଉପରେ କ୍ଲିକ୍ କରନ୍ତୁ ।
୩ . ଏଥିରେ ଆପଣଙ୍କୁ ଅନେକ ଅପ୍ସନ୍ ମିଳିଯିବ ଆପଣଙ୍କୁ Audit Distributor କ୍ଲିକ୍ କରିବାକୁ ପଡିବ ।
୪ . ଏବେ ନିଜ ରାଜ୍ୟ,ଜିଲ୍ଲା ଏବଂ ଜିଲ୍ଲା ଏଜେନ୍ସି ନାମ ସିଲେକ୍ଟ କରନ୍ତୁ ।
୫ . ଏଥିରେ ସିକ୍ୟୁରିଟି କାର୍ଡ ବ୍ୟବହାର କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ ।
୬ . ଏହାପରେ ପେଜ୍ ତଳେ କ୍ୟାସ୍ କନ୍ଜମ୍ପସନ୍ ଟ୍ରାନ୍ସଫର୍ ଡିଟେଲ୍ସରେ କ୍ଲିକ୍ କରନ୍ତୁ ।
୭ . ଏଥିରେ ଆପଣଙ୍କୁ ସିକ୍ୟୁରିଟି କୋଡ୍ ପକାଇ ପ୍ରୋସିଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।
୮ . ଏଠାରେ ଆପଣଙ୍କୁ ଏଲପିଜି ସିଲିଣ୍ଡରର ସବସିଡିର ସମ୍ପୁର୍ଣ୍ଣ ବିବରଣୀ ମିଳିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Subsidy-1443701051_835x547.jpg)
/kanak/media/post_attachments/wp-content/uploads/2019/02/xxx-300x212.jpg)