ଏ କୈାଣସି ଚର୍ଚ୍ଚିତ ଫିଲ୍ମର ଫଟୋ ନୁହେଁ । ଯେଉଁଥିରେ ଅଭିନେତା-ଅଭିନେତ୍ରୀ ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଏ ଏମିତି ଏକ ସମୟର ଚୁମ୍ବନ ଯାହା ଦୁନିଆଁର ସବୁଠୁ ଚର୍ଚ୍ଚିତ ଚୁମ୍ବନ ପାଲଟି ଯାଇଛି ।
କଣ ଥିଲା ସେହି ବିଗତ ଦିନର ଚୁମ୍ବନର କାହାଣୀ –
ଏ ଫଟୋ ୧୪ ଅଗଷ୍ଟ ୧୯୪୫ ମସିହାର । ବିଶ୍ୱ ଥରୁଥାଏ ବିଶ୍ୱ ଯୁଦ୍ଧର ବିଭୀଷିକାରେ । ଲୋକମାନଙ୍କ ମନରେ ଭୟ ଓ ହତାଶ । ଜୀବନର ଗତି କୁଆଡେ ଲୋକମାନେ ଜାଣିପାରୁନଥିଲେ । ହଠାତ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାର ଖବର ଚାରିଆଡେ ପ୍ରସାରିତ ହୋଇଗଲା । ଜାପାନ ସରେଣ୍ଡର କରିଦେଇଥିଲା ଏବଂ ଏହାସହ ଭୟଙ୍କର ଯୁଦ୍ଧ ସମାପ୍ତ ହୋଇଥିଲା ।
ଏ ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଖୁସିରେ ଝୁମି ଉଠିଲେ ସମସ୍ତେ । ଆମେରିକାରେ ଉତ୍ସବ ପାଳିତ ହୋଇଗଲା । ଏହି ସମୟରେ ଜର୍ଜ ମେଣ୍ଡୋଜା ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଡେଟିଂରେ ଯାଇଥିଲେ । ଜର୍ଜ ଆମେରିକାର ନେଭିରେ ସେଲର ଭାବେ ଚାକିରି କରିଥିଲେ । ଡେଟିଂ ସାରି ଜର୍ଜ ଫେରୁଥିଲେ । ଅଚାନକ ଶୁଣିଲେ ଜାପାନ ସରେଣ୍ଡର କରିଦେଇଛି । ଯୁଦ୍ଧ ଏବେ ସ୍ଥଗିତ । ନିଜ ମନର ଖୁସିକୁ ସମ୍ଭାଳି ପାରିଲେନି ।
ଏ ଖୁସିରେ ଆପଣ ଭାବୁଥିବେ ଜର୍ଜ ନିଜ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇଥିଲେ ତା ନୁହେଁ । ସେଠାରେ ଟାଇମ୍ ସ୍କୋୟାରରେ ଏକ ମହିଳାଙ୍କୁ ଦେଖି , ଖୁସିରେ ବାହୁରେ ଭିଡି ଧରି ଜର୍ଜ ତାଙ୍କୁ ମନ ଭରି ଚୁମ୍ବନ ବର୍ଷା କରିଥିଲେ । ଆଉ ବିଶ୍ୱଯୁଦ୍ଧ ସହ ଏହି ଅଚାନକ ଚୁମ୍ବନ ଇତିହାସ ପାଲଟି ଗଲା । ସେହି ମହିଳା ଜଣକ ଥିଲେ ଜଣେ ଡେଂଟିଷ୍ଟ ନର୍ସ । ନାଁ ଗ୍ରେଟା ଫ୍ରୀଡମନ୍ । ଏହି ଦୃଶ୍ୟକୁ ସେତେବେଳେ ପ୍ରସିଦ୍ଧ ଫଟୋଗ୍ରାଫର ଅଲଫ୍ରେଡ୍ ଆଇଜେଷ୍ଟେଡ୍ ଉଠାଇଥିଲେ । ଏହାପରେ ଲାଇଫ୍ ମାଗାଜିନରେ ସ୍ଥାନ ପାଇଥିଲା ଏହି ଫଟୋ । ଆଜି ଏହି ସ୍ମୃତିକୁ ପୁଣି ଦୁନିଆ ମନେପକାଇଛି ।
ଆମେରିକାର ମିଡିଆ ରିପୋର୍ଟ ଅନୁସାରେ ,୯୨ ବର୍ଷରେ ଏହି ଚର୍ଚ୍ଚିତ ଚୁମ୍ବନର ନାୟିକା ନର୍ସ ଗ୍ରେଟାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ଦୁନିଆ ଆାଖିରେ ଏହି ଚର୍ଚ୍ଚିତ ଚୁମ୍ବନ ଦୃଶ୍ୟରେ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି ନର୍ସ ଗ୍ରେଟା । ଏବେ ମଧ୍ୟ ପ୍ରେମୀଯୁଗଳ କିମ୍ବା ଦମ୍ପତି ଏଠାକୁ ଆସି ପରସ୍ପରକୁ ଚୁମ୍ବନ ଦେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/74c90250545d9ec649ac9a0e1dba3286.jpg)
/kanak/media/post_attachments/wp-content/uploads/2018/12/unnamed-196x300.jpg)
/kanak/media/post_attachments/wp-content/uploads/2018/12/9466531_1280x720-300x169.jpg)
/kanak/media/post_attachments/wp-content/uploads/2018/12/joy-and-Barbara-in-Times-Square-300x200.jpg)
/kanak/media/post_attachments/wp-content/uploads/2018/12/ww2800-300x210.jpg)